ସାଲେପୁର: ସାଲେପୁରରେ ନିର୍ବାଚନୀ ହିଂସା। କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ସାଲେପୁର ମାଳଶାସନ ବୁଥ ନଂ ୧୮୪ ଏବଂ ୧୮୫ ରେ ହିଂସାକାଣ୍ଡ ଘଟିଛି। ବୁଥ କ୍ୟାପଚରିଂକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଏଭଳି ପରିସ୍ଥିତି ଦେଖା ଦେଇଛି ଯେଉଁଥିରେ ଜଣେ ବିଜେପି ଏଜେଣ୍ଟଙ୍କ ସହ ୩ ବିଜେପି ସମର୍ଥକ ଆହତ ହୋଇଛନ୍ତି।
ଆଜି ରାଜ୍ୟରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ଅର୍ଥାତ୍ ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ। ୬ ତି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୪୬ ଟି ବିଧାନସଭା ଆସନ ରେ ଚାଲିଛି ଭୋଟିଂ ଜାରି ରହିଛି। ଏହାରି ଭିତରେ ସାଲେପୁରରେ ହିଂସାକାଣ୍ଡ ଦେଖିବାକୁ ମିଳିଛି।
ସୂଚନା ମୁତାବକ, ସାଲେପୁର ବୁଥ ନଂ ୧୮୪ ଏଵଂ ୧୮୫ରେ ଶତାଧିକ ବିଜେଡି ସମର୍ଥକ ଭିତରକୁ ପଶି ବୁଥ କ୍ୟାପଚର କରିବାକୁ ଚେଷ୍ଟା କରୁଥିଲେ। ଏହାକୁ ବିଜେପି ସମର୍ଥକ ବିରୋଧ କରିବାରୁ ହିଂସା କାଣ୍ଡ ଘଟିଥିଲା। କିଛି ବିଜେଡି କର୍ମୀ ପନିକି ନେଇ ବିଜେପି ସମର୍ଥକଙ୍କ ଉପରକୁ ଆକ୍ରମଣ କରିଥିଲେ। ଯାହା ଫଳରେ ବିଜେପି ବିଧାୟକ ପ୍ରାର୍ଥୀଙ୍କ ଏଜେଣ୍ଟ ସହ ୩ଜଣ ସମର୍ଥକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ତେବେ ଏହି ଆକ୍ରମଣରେ ବିଜେଡି ସମର୍ଥକ ସାମିଲ ଥିବା ଭାଜପା ବିଧାନସଭା ପ୍ରାର୍ଥୀ ଅରିନ୍ଦମ ରାୟ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷେ ଧାମନଗର ଦୋବଲ ପଞ୍ଚାୟତର ୧୫୧ ନମ୍ବର ବୁଥରେ ମଧ୍ହିଂଯ ନିର୍ବାଚନ ହିଂସା ଘଟିଛି। ବୁଥ ଭିତରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ଫଳରେ ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଅନ୍ୟ ଗୋଷ୍ଠୀର ଜଣେ ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତରଙ୍କୁ ଧାମନଗର ମେଡିକାଲରେ ଭର୍ତ୍ତି କରାଯାଇଛି।
BREAKING NEWS
- ସଂସଦରେ ରାହୁଲଙ୍କୁ ମୋଦିଙ୍କ ତାତ୍ସଲ୍ୟ, ‘କଂଗ୍ରେସ ଏକ ପରଜୀବୀ’
- ‘ତୃତୀୟ ଥର ପାଇଁ ୧୦୦ ଛୁଇଁପାରିଲାନି, ତଥାପି ବୟାନବାଜି’: ରାହୁଲଙ୍କୁ ଟାର୍ଗେଟ କରି କିଛି ଏମିତି କହିଲେ ମୋଦି
- ସତସଙ୍ଗରେ ଦଳାଚକଟା; ୨୭ରୁ ଅଧିକ ମୃତ
- ଭାରତ ସଫଳତାର ସହ ନିର୍ବାଚନ କରାଇ ବିଶ୍ବକୁ ମାର୍ଗ ଦେଖାଇଛି: ମୋଦୀ
- ରଥଯାତ୍ରା: ତୃଟିଶୂନ୍ୟ ପରିଚାଳନା ପାଇଁ ସମସ୍ତଙ୍କ ସହଯୋଗ ଲୋଡିଲେ ମୁଖ୍ୟମନ୍ତ୍ରୀ
- ପଡ଼ିଲା ତାଲା, ସିଲ୍ ହେଲା ବଲ୍ଲେ ବଲ୍ଲେ ଢ଼ାବା
- କାହିଁକି ସବୁଜରୁ ଗେରୁଆ ରଙ୍ଗ ହେଉଛି ଲକ୍ଷ୍ମୀ ବସ୍ ?
- ଲୋକସଭାରେ ରାହୁଲ ବନାମ ମୋଦି ପ୍ରଥମ ଲଢେଇ
- ମଦ୍ୟପାନ ଓ ସିଗାରେଟ୍ ବିନା ଜୀବନରେ ମଜା ନାହିଁ: ଅଷ୍ଟ୍ରେଲିଆର ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ
- ବଡ଼ପୋଦଣ୍ଡା ଗାଁରେ ଝାଡ଼ାବାନ୍ତି, ୮ ଆକ୍ରାନ୍ତ