ସାଲେପୁର: ସାଲେପୁରରେ ନିର୍ବାଚନୀ ହିଂସା। କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ସାଲେପୁର ମାଳଶାସନ ବୁଥ ନଂ ୧୮୪ ଏବଂ ୧୮୫ ରେ ହିଂସାକାଣ୍ଡ ଘଟିଛି। ବୁଥ କ୍ୟାପଚରିଂକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଏଭଳି ପରିସ୍ଥିତି ଦେଖା ଦେଇଛି ଯେଉଁଥିରେ ଜଣେ ବିଜେପି ଏଜେଣ୍ଟଙ୍କ ସହ ୩ ବିଜେପି ସମର୍ଥକ ଆହତ ହୋଇଛନ୍ତି।
ଆଜି ରାଜ୍ୟରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ଅର୍ଥାତ୍ ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ। ୬ ତି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୪୬ ଟି ବିଧାନସଭା ଆସନ ରେ ଚାଲିଛି ଭୋଟିଂ ଜାରି ରହିଛି। ଏହାରି ଭିତରେ ସାଲେପୁରରେ ହିଂସାକାଣ୍ଡ ଦେଖିବାକୁ ମିଳିଛି।
ସୂଚନା ମୁତାବକ, ସାଲେପୁର ବୁଥ ନଂ ୧୮୪ ଏଵଂ ୧୮୫ରେ ଶତାଧିକ ବିଜେଡି ସମର୍ଥକ ଭିତରକୁ ପଶି ବୁଥ କ୍ୟାପଚର କରିବାକୁ ଚେଷ୍ଟା କରୁଥିଲେ। ଏହାକୁ ବିଜେପି ସମର୍ଥକ ବିରୋଧ କରିବାରୁ ହିଂସା କାଣ୍ଡ ଘଟିଥିଲା। କିଛି ବିଜେଡି କର୍ମୀ ପନିକି ନେଇ ବିଜେପି ସମର୍ଥକଙ୍କ ଉପରକୁ ଆକ୍ରମଣ କରିଥିଲେ। ଯାହା ଫଳରେ ବିଜେପି ବିଧାୟକ ପ୍ରାର୍ଥୀଙ୍କ ଏଜେଣ୍ଟ ସହ ୩ଜଣ ସମର୍ଥକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ତେବେ ଏହି ଆକ୍ରମଣରେ ବିଜେଡି ସମର୍ଥକ ସାମିଲ ଥିବା ଭାଜପା ବିଧାନସଭା ପ୍ରାର୍ଥୀ ଅରିନ୍ଦମ ରାୟ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷେ ଧାମନଗର ଦୋବଲ ପଞ୍ଚାୟତର ୧୫୧ ନମ୍ବର ବୁଥରେ ମଧ୍ହିଂଯ ନିର୍ବାଚନ ହିଂସା ଘଟିଛି। ବୁଥ ଭିତରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ଫଳରେ ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଅନ୍ୟ ଗୋଷ୍ଠୀର ଜଣେ ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତରଙ୍କୁ ଧାମନଗର ମେଡିକାଲରେ ଭର୍ତ୍ତି କରାଯାଇଛି।
BREAKING NEWS
- ୭୦୦ ଗ୍ରାମ୍ ଓଜନ ପାଇଁ ଭାଙ୍ଗିଲା ଗୋଲ୍ଡ ସ୍ୱପ୍ନ: ଏସିଆନ୍ ଗେମ୍ସରେ ସୁଚିକାଙ୍କ ବିବାଦୀୟ ପରାଜୟ
- ଟଙ୍କା ଭର୍ତ୍ତି ବ୍ୟାଗ ଫେରାଇ ଦେଲେ ପୁରୀ ସେବାୟତ
- Asian Games 2026:ଦମଦାର ବିଜୟ ସହ ଅଭିଯାନ ଆରମ୍ଭ କଲା ଭାରତୀୟ ପୁରୁଷ କବାଡ଼ି ଦଳ;ଆୟୋଜକ ଜାପାନକୁ…
- ରଶ୍ମିକାଙ୍କ MYSAA ଟିଜର୍
- ବ୍ରିଟେନରୁ ଚୋରି, ଚୀନରେ ବିକ୍ରି: ଲଣ୍ଡନରେ ଆଇଫୋନ୍ ଲୁଟ୍ ପଛର ବଡ଼ ରହସ୍ୟ
- ଦୈନନ୍ଦିନ ଖାଦ୍ୟରେ ସାମିଲ କରନ୍ତୁ ସବୁଜ ଅଳେଇଚ, ଜାଣନ୍ତୁ କ’ଣ କହୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ
- ନିଜ ଷ୍ଟାଇଲରେ ବିବାହ ଗୁଜବକୁ ଖଣ୍ଡନ କଲେ ସମୟ ରୈନା, କହିଲେ- ‘ଆମକୁ ବାହାଘର ଘୁଞ୍ଚାଇବାକୁ ପଡ଼ିବ’
- ସ୍ମାର୍ଟଫୋନ୍ ପାଇଁ ସୁନା ବିକ୍ରି! ଦିଲ୍ଲୀ ବ୍ୟକ୍ତିଙ୍କ କାରନାମା ଦେଖି ହତବାକ୍ ଶିଳ୍ପପତି ହର୍ଷ ଗୋଏଙ୍କା
- କାମ କରୁନି ରେଡିଓ କଲାର୍ , ଜଣାପଡୁନି ଯମୁନା ସ୍ଥିତି
- ପାଣିପାଗର ବର୍ତ୍ତମାନ ସ୍ଥିତି: ବାତ୍ୟା ନୁହେଁ ୨୨ ଓ ୨୩ ରେ ପ୍ରବଳ ବର୍ଷିବ: ୧୧ ଜିଲ୍ଲା ଉପରେ ପଡିବ ପ୍ରଭାବ

Comments are closed.