କେନ୍ଦୁଝର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଞ୍ଚଭୂତରେ ଲୀନ ହେଲେ ପଦ୍ମଶ୍ରୀ ମାଗୁଣି କୁଅଁର। ତାଙ୍କ ପାର୍ଥିବ ଶରୀରକୁ ଏକ ସୁସଜ୍ଜିତ ଗାଡ଼ିରେ ଜନ୍ମସହରରେ ପରିକ୍ରମା କରାଯାଇ ଗାଁ ଶ୍ମଶାନକୁ ନିଆଯାଇଥିଲା। ସେଠାରେ ପୋଲିସ ପ୍ରଶାସନ ପକ୍ଷରୁ ତାଙ୍କୁ ଗାର୍ଡ ଅଫ୍ ଅନର ଓ ତୋପ ସଲାମୀ ଦିଆଯାଇ ଶେଷକୃତ୍ୟ ସମ୍ପନ୍ନ ହୋଇଛି।
ଏହି ଅବସରରେ ବିଧାୟକ ମୋହନ ମାଝି, ଅତିରିକ୍ତ ଜିଲାପାଳ ଯଦୁମଣି ମହଲା, ମୁଖ୍ୟ ନିର୍ବାହୀ ଅଧିକାରୀ ଜିଲା ପରିଷଦ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଏସ୍ଡିପିଓ ସଦର ମହେନ୍ଦ୍ର ନାଥ ମୁର୍ମୁ, ଜିଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ସମେତ ବହୁ ପଦାଧିକାରୀ ଓ ସ୍ଥାନୀୟ ଲୋକ ଉପସ୍ଥିତ ରହି ଶୋକ ପ୍ରକାଶ କରିଥିଲେ।
ପଦ୍ମଶ୍ରୀ ମାଗୁଣି କୁଅଁର ୮୮ ବର୍ଷ ବୟସରେ କେନ୍ଦୁଝର ପୁରୁଣା ସହରରେ ବୈଦରାଜ୍ ସାହିରେ ଥିବା ପୈତୃକ ଘରେ ଆଜି ସକାଳେ ଅର୍ଥାତ୍ ଶନିବାର ନିଜର ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।
BREAKING NEWS
- ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର; ନନ୍ଦନକାନନକୁ ସୁରଟରୁ ଆସିଲେ ନୂଆ ଅତିଥି
- ‘୨୦୨୬ରେ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ ମମତା ବାନାର୍ଜୀ’
- ଖସିଲା ରେପୋ ରେଟ୍; ଏଣିକି ଶସ୍ତା ହେବ ଇଏମଆଇ
- Police SI Exam Scam: ସିବିଆଇର ପ୍ରଥମ ଆକ୍ସନ, ଦୀଘା ମଡେଲ୍ର ମାଷ୍ଟରମାଇଣ୍ଡ ଗିରଫ
- ସହପାଠୀଙ୍କୁ ନିର୍ଯାତନା ଅଭିଯୋଗରେ ଭିସୁଟ ଛାତ୍ର ଗିରଫ
- Putin pays tribute to Mahatma Gandhi : ରାଜଘାଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍
- Indigo Flight Cancelled: ଇଣ୍ଡିଗୋ ଯାତ୍ରୀଙ୍କୁ ପୁଣି ବଡ଼ ଝଟକା,ଆଜି ଦିଲ୍ଲୀରୁ ସମସ୍ତ ଘରୋଇ ବିମାନ ଉଡ଼ାଣ ବାତିଲ
- Matric Exam: ମାଟ୍ରିକ ପରୀକ୍ଷା ନେଇ ଘୋଷଣା ହେଲା ତାରିଖ
- India-Russia Summit : ଆଜି ଭାରତ-ରୁଷ୍ ଶିଖର ସମ୍ମିଳନୀ, ହେବ ବହୁ ଗୁରୁତ୍ବପୂର୍ଣ୍ଣ ଆଲୋଚନା
- ମହିଳା ହିଂସା ରୋକିବା ନେଇ ସରକାର ଯତ୍ନବାନ ଅଛନ୍ତି: ମୁଖ୍ୟମନ୍ତ୍ରୀ
Comments are closed.