ମୁମ୍ବାଇ: ନବରାତ୍ରୀ ଆରମ୍ଭରୁ ଫିଲ୍ମ ପ୍ରେମୀଙ୍କ ପାଇଁ ଖୁସି ଖବର । ନଭେମ୍ବର ୫ରେ ରିଲିଜ୍ ହେବ ବିଶାଳ ପୌରାଣିକ ଚଳଚ୍ଚିତ୍ର ରାମାୟଣ-୧ା ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଅପକମିଂ ମଚ୍ ଆବେଟେଡ୍ ଏହି ଫିଲ୍ମର ଟିକେଟ୍ ବୁକିଂ ଦଶହରାରୁ ଆରମ୍ଭ ହୋଇଯିବ । ଭାରତର ଅନ୍ୟତମ ସର୍ବାଧିକ ଶ୍ରଦ୍ଧେୟ ମହାକାବ୍ୟକୁ ହେଉଥିବା ଏହି ଫିଲ୍ମର ମେକର୍ସଏ ନେଇ ସୂଚନା ଦେଇଛନ୍ତି । ତା ସହ ‘ୟେ ରାମ୍ କେ ୟୁଗ୍ କା ଆରମ୍ଭ ହେ’ ବୋଲି ଏକ ମେସେଜ୍ ଦେଇଛନ୍ତି । ୨ଟି ପାର୍ଟରେ ଆସିବାକୁ ଥିବା ଏହି ଫିଲ୍ମର ପ୍ରଥମ ପାର୍ଟ ଆସନ୍ତା ନଭେମ୍ବର ୫ରେ ରିଲିଜ୍ ହେବ । ଏହି ଅବସରରେ ଏକ ନୂଆ ପୋଷ୍ଟର ମଧ୍ୟ ରିଲିଜ୍ କରିଛି କ୍ରୀୟୁ । ଯେଉଁଥିରେ ଶ୍ରୀରାମଙ୍କ ଭୂମିକାରେ ଥିବା ରଣବୀର କପୁର, ମା ସୀତାଙ୍କ ଭୂମିକାରେ ଥିବା ସାଇ ପଲ୍ଲବୀ ଓ ଲକ୍ଷ୍ମଣଙ୍କ ଭୂମିକାରେ ଥିବା ରବି ଦୁବେ ଓ ରାବଣ ଭୂମିକାରେ ଥିବା ୟଶ୍ ନଜର ଆସିଛନ୍ତି । ଫିଲ୍ମରେ ଅନ୍ୟାନ୍ୟ ଭୂମିକାରେ ସନ୍ନି ଦେଓଲ ଯିଏକି ହନୁମାନଙ୍କ ରୋଲ୍ରେ ନଜର ଆସିବେ । ଏହାସହ ରାଜା ଦଶରଥଙ୍କ ଭୂମିକାରେ ନଜର ଆସିବେ ଅରୁଣ ଗୋଭିଲ ।
ଅନ୍ୟାନ୍ୟ ଭାଇଟାଲ ରୋଲରେ, ଜଟାୟୁ ଭୂମିକାରେ ଅନୁପମ ଖୈର୍, ବିଭୂଷଣ ଭୂମିକାରେ ହରିଶ, ମନ୍ଦୋଦରୀଙ୍କ ଭୂମିକାରେ କାଜଲ ଅଗ୍ରୱାଲ୍, ଶ୍ରୁପଣଖା ଭୂମିକାରେ ରକୁଲପ୍ରୀତ୍ ସିଂ, ବିବେକ ଓବରୟ, ଇନ୍ଦ୍ରଙ୍କ ଭୂମିକାରେ କୁନାଲ କପୁର, ସୁଗ୍ରୀବଙ୍କ ରୋଲରେ ଶାହିଲ ନାୟର ଭରତଙ୍କ ଭୂମିକାରେ ଆଦିବାନ କୋଠାରେ, ଶତ୍ରୁଘ୍ନଙ୍କ ଭୂମିକାରେ ନିତୀଶ ଶର୍ମା, ସୁମିତ୍ରାଙ୍କ ଭୂମିକାରେ ସୋନଲ ଝା, କୌଶଲ୍ୟାଙ୍କ ଭୂମିକାରେ ଇନ୍ଦିରା କ୍ରୀଷ୍ଣନ ଓ କୈକେଇଙ୍କ ଭୂମିକାରେ ଲାରା ଦତ୍ତ ପ୍ରମୁଖ । ସତ୍ୟ ଓ ଅସତ୍ୟ ଧର୍ମ ଓ ଅଧର୍ମର ଏକ ମହାନ ଲଢେଇକୁ ଫିଲ୍ମ ମାଧ୍ୟମରେ ନିଖୁଣ ଭାବେ ଦର୍ଶାଇବାକୁ ଚେଷ୍ଟା କରିଛନ୍ତି ନିତେଶ । ନିତେଶ ତିବାରୀ ଓ ନମିତ ମଲହୋତ୍ରାଙ୍କ ଏହା ହେଉଛି ପ୍ରଥମ ମିଳିତ ଫିଲ୍ମ । ନମିତ୍ ମଲହୋତ୍ରାଙ୍କ ପ୍ରଯୋଜନା ଫିଲ୍ମର ମ୍ୟୁୁଜିକ୍ ଦେଇଛନ୍ତି ଓସ୍କାର ବିଜେତା କମ୍ପୋଜର ଜିମର୍ ଆଣ୍ଡ ଏ. ଆର ରେହମନ୍ । ପ୍ରଥମ ପାର୍ଟଟି ହିନ୍ଦୀ, ତାମିଲ୍ ତେଲୁଗୁ, କନ୍ନଡ ଓ ମାଲାୟଲମ୍ରେ ରିଲିଜ୍ ହେବ । ତେବେ ଦ୍ୱିତୀୟ ଇନଷ୍ଟଲମେଂଟ ଆସନ୍ତାବର୍ଷ ଦିପାବଳୀରେ ଆସିବ ବୋଲି ମେକସ ର୍ ସୂଚନା ଦେଇଛନ୍ତି । ୨୦୧୭ ମେରେ ଏହି ପ୍ରେଜେକ୍ଟ ବିଷୟରେ ଘୋଷଣା ହୋଇଥିଲା । ଫିଲ୍ମ ଟି ଦର୍ଶକଙ୍କ ନିକଟକୁ ଆସିବାକୁ ପାଖାପାଖି ୮ ବର୍ଷ ଲାଗିଗଲା । କାରଣ ଏମିତି ଏକ ମହାକାବ୍ୟକୁ ଫିଲ୍ମରେ ପ୍ରଦର୍ଶନ କରିବାର ଗୁରୁଦାୟିତ୍ୱ ଫିଲ୍ମ ନିର୍ଦ୍ଦେଶକଙ୍କ ଉପରେ ରହିଥିଲା । ୪ହଜାର କୋଟି ବଜେଟରେ ଫିଲ୍ମଟି ନିର୍ମାଣ ହୋଇଥିବା ବେଳେ ଦେଖାଯାଉ ଫିଲ୍ମକୁ କେତେ ପସନ୍ଦ କରୁଛନ୍ତି ଚଳଚ୍ଚିତ୍ର ପ୍ରେମୀ ।

