Latest Odisha News

ଯଶସ୍ବୀ ମେଧାବୃତ୍ତି: ସିଏସରେ ବିଶ୍ୱବିଦ୍ୟାଳୟ ଟପ୍ପର ନମ୍ରତା ବେହେରା

କେନ୍ଦୁଝର/ଯୋଡ଼ା: ଖିରେଇଟାଙ୍ଗିରୀ ସ୍ଥିତ ବିଶ୍ୱ ବିନାୟକ ଡିଗ୍ରୀ ମହାବିଦ୍ୟାଳୟର ମେଧାବୀ ଛାତ୍ରୀ ନମ୍ରତା ବେହେରା ମହାରାଜା ଶ୍ରୀରାମ ଚନ୍ଦ୍ର ଭଂଜ ଦେଓ ବିଶ୍ୱବିଦ୍ୟାଳୟର କଂପ୍ୟୁଟର ସାଇନ୍ସ ବିଭାଗ ସ୍ମାତକ ପରୀକ୍ଷାରେ ବିଶ୍ୱବିଦ୍ୟାଳୟ ଟପ୍ପର ହୋଇଛନ୍ତି । ସେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ର ସାମାଜିକ ସଂସ୍ଥା ଜେଏସପି ଫାଉଣ୍ଡେସନ ଦ୍ୱାରା ଗରିବ ମେଧାବୀ ଛାତ୍ରୀ ମାନଙ୍କୁ ଯୋଗାଇ ଦିଆଯାଉଥିବା ‘ଯଶସ୍ବୀ ମେଧାବୃତ୍ତି’ ସହାୟତା ରେ ପାଠ ପଢୁଥିଲେ। ବିଶ୍ୱବିଦ୍ୟାଳୟରେ ଟପ୍ପର ହେବା ପରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିଛି ।

ଖିରେଇଟାଙ୍ଗିରୀ ପଂଚାୟତର ଡଳଙ୍ଗ ଗାଁର  ଶ୍ରୀ ବିଜୟାନନ୍ଦ ବେହେରା ଓ ଶ୍ରୀମତୀ ଗୀତାଂଜଳୀ ବେହେରାଙ୍କ ଝିଅ ସୁଶ୍ରୀ ନମ୍ରତା ବେହେରାଙ୍କ ପାଇଁ ଆର୍ଥିକ ସମସ୍ୟା ଉଚ୍ଚ ଶିକ୍ଷା ନିମନ୍ତେ ବାଧା ସୃଷ୍ଟି କରୁଥିବାବେଳେ ଜେଏସପି ଫାଉଣ୍ଡେସନ ସହାୟତାର ହାତ ବଢ଼ାଇ ଥିଲେ ।

ଫାଉଣ୍ଡେସନର ‘ଯଶସ୍ବୀ ମେଧାବୃତ୍ତି’ ଯୋଜନା ରେ ନମ୍ରତାଙ୍କ ସମ୍ପୂର୍ଣ ପଢା ଖର୍ଚ୍ଚ ବହନ କରିଥିଲେ। ସୁଶ୍ରୀ ବେହେରା ଏହି ସଫଳତା ପାଇଁ ନିଜର ମାତା-ପିତା ଓ ପରିବାର ବର୍ଗଙ୍କ ସମେତ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ରବି ନାରାୟଣ ମହାନ୍ତ ଓ ଅନ୍ୟ ଅଧ୍ୟାପକ-ଅଧ୍ୟାପିକା  ଏବଂ ଫାଉଣ୍ଡେସନକୁ ଶ୍ରେୟ ଦେଇଛନ୍ତି । ସେ ପରୀକ୍ଷାରେ ୮୭% ନମ୍ବର ରଖି, ସର୍ବମୋଟ ୧୪୦୦ ନମ୍ବରରୁ ୧୨୧୯ ନମ୍ବର ପ୍ରାପ୍ତ କରିଛନ୍ତି ।

ତାଙ୍କର ଏହି ସଫଳତା ଜେଏସପି ଫାଉଣ୍ଡେସନର ସହାୟତା ସହ ନିଜର ପରିଶ୍ରମ ଓ ମହାବିଦ୍ୟାଳୟର ଅଧ୍ୟାପକ-ଅଧ୍ୟାପିକା ମାନଙ୍କର ସହଯୋଗ ବିନା ସମ୍ଭବ ହୋଇ ପାରି ନଥାନ୍ତା ବୋଲି ସେ କହିଛନ୍ତି । ଭବିଷ୍ୟତରେ ସେ ଏହି ବିଷୟରେ ଉଚ୍ଚ ଶିକ୍ଷା ହାସଲ କରିବା ସହ ଜଣେ ଭଲ ସଫ୍ଟୱେର ଇଂଜିନିୟର ହେବେ ବୋଲି ଆଶା ରଖିଛନ୍ତି ।

ବିଶ୍ୱ ବିନାୟକ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମହାନ୍ତ ଏହି ସଫଳତା ପାଇଁ ନମ୍ରତା ବେହେରାଙ୍କୁ ଅଭିନନ୍ଦନ ଜଣାଇବା ସହ ଶିକ୍ଷାଦାନରେ ସାମିଲ ଥିବା ସମସ୍ତ ଅଧ୍ୟାପକ – ଅଧ୍ୟାପିକା ମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ଏବଂ ଜେଏସପି ଫାଉଣ୍ଡେସନକୁ କୃତଜ୍ଞତା ଜଣାଇଛନ୍ତି।

‘ଯଶସ୍ବୀ ମେଧାବୃତ୍ତି’ କାର୍ଯ୍ୟକ୍ରମ ଜେଏସପି ଫାଉଣ୍ଡେସନର ଏକ ବିଶେଷ ଉଦ୍ୟମ, ଯାହା ଦ୍ୱାରା ଫାଉଣ୍ଡେସନ ଗରିବ, ଅବହେଳିତ, ବଂଚିତ ଏବଂ ମେଧାବୀ ଝିଅପିଲା ମନକୁ ସେମାନଙ୍କର ଉଚ୍ଚ ଶିକ୍ଷା ଓ କୌଶଳ ବିକାଶରେ ସହଯୋଗ କରି ଆସୁଛି । ବିଶେଷ କରି ଗ୍ରାମୀଣ, ଜଙ୍ଗଲ ଓ ଆଦିବାସୀ ପ୍ରବଣ କ୍ଷେତ୍ରର ପିଲା ମାନଙ୍କୁ ଏହି ଯୋଜନା ମାଧ୍ୟମରେ ଉପକାର ମିଳିପାରୁଛି । ୨୦୨୨ ରୁ ଆରମ୍ଭ ହେଇଥିବା ଉକ୍ତ କାର୍ଯ୍ୟକ୍ରମ ଦ୍ୱାରା ଏପର୍ଯ୍ୟନ୍ତ ୧୧୦୦୦ ଝିଅପିଲା ଏଥିରେ ଉପକୃତ ହୋଇପାରିଛନ୍ତି ।

Comments are closed.