Latest Odisha News

ଟି-୨୦ ବିଶ୍ୱ କପ୍ : କାନାଡାକୁ ୭ ୱିକେଟରେ ହରାଇଲା ଆମେରିକା

ନୂଆଦିଲ୍ଲୀ: ଉଦଘାଟନୀ ମ୍ୟାଚରେ ଆମେରିକାର ଐତିହାସିକ ବିଜୟୀ । କାନାଡାକୁ ୭ ୱିକେଟରେ ହରାଇଲା ଆୟୋଜକ ଆମେରିକା  । ୧୯୫ ରନ୍ ର ଟାର୍ଗେଟକୁ ୧୭.୪ ଓଭରରେ ହାସଲ କଲା ଆମେରିକା  ।

ଆରମ୍ଭ ହୋଇଯାଇଛି ୨୦୨୪ ପୁରୁଷ ଟି-୨୦ ବିଶ୍ୱ କପ୍  । ଉଦ୍‌ଘାଟନୀ ମୁକାବିଲାରେ ଆଜି ଆମେରିକା ଓ କାନାଡା ମଧ୍ୟରେ ହୋଇଛି ଟକ୍କର । ମ୍ୟାଚ୍‌ଟି ଆମେରିକାର ଡଲାସ ଗ୍ରାଣ୍ଡ ପ୍ରାରୀ ଷ୍ଟାଡିୟମରେ ଖେଳାଯାଇଛି । ପ୍ରଥମେ ଟସ୍ ଜିତି ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲା ଆମେରିକା ।

କାନାଡା ପ୍ରଥମରୁ ହିଁ ବ୍ୟାଟିଂ କରି ଜବରଦସ୍ତ ପ୍ରଦର୍ଶନ କରିଥିଲା । ୨୦ ଓଭରରେ ଦଳ ୧୯୪ ରନ୍ କରିବାରେ ସକ୍ଷମ ହୋଇଥିଲା। କାନାଡା ପକ୍ଷରୁ ନଭନୀତ୍ ଧିଲଓ୍ବାଲ ସର୍ବାଧିକ ୬୧ ରନ ସଂଗ୍ରହ କରିଥିଲେ। ସେପଟେ ୧୯୫ ରନ୍ ଟାର୍ଗେଟକୁ ପିଛା କରି ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା  ଆମେରିକା ।

ଆମେରିକାର ଓପନର ଷ୍ଟିଭେନ୍ ଟେଲର ଶୂନ ରନ୍ କରି ପାଭେଲିୟନ ଫେରିଥିଲେ । ୧୯୫ ରନ୍ କୁ ଲକ୍ଷ୍ୟ କରି ଆମେରିକା ୧୭.୪ ଓଭରରେ ମ୍ୟାଚକୁ ୭ ଓ୍ବିକେଟରେ ଜିତି ନେଇଛି  । ଆରୋନ ଜୋନ୍ସ ୪୦ ବଲ୍‌ରୁ ଧୂଆଁଧାର ୯୪ ରନ୍‌ ଅପରାଜିତ ଶତକ ହାସଲ କରିଥିଲେ ।

ପ୍ରଥମ କରି ଉଭୟ ଦଳ ୟୁଏସଏ ଓ କାନାଡା ବିଶ୍ୱକପ୍ ଖେଳୁଛନ୍ତି । ମାତ୍ର କ୍ରିକେଟ୍ ଇତିହାସରେ ଉଭୟ ଦଳ ସବୁଠୁ ପୁରୁଣା ପ୍ରତିଦ୍ୱନ୍ଦ୍ୱୀ  । ସେପଟେ ୫ରେ ଆୟର୍ଲାଣ୍ଡ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ ଭାରତ ।

Comments are closed.