Latest Odisha News

ରାଜଧାନୀରେ ସିରିଜ ଦୁର୍ଘଟଣା:୨ ଜଣ ଆହତ

ଭୁବନେଶ୍ୱର :ରାଜଧାନୀରେ ସିରିଜ ଦୁର୍ଘଟଣା । ଭୁବନେଶ୍ୱର ସତସଙ୍ଗବିହାର ନିକଟରେ ଏହି ଅଘଟଣ ଘଟିଛି । ୨ଟି କାର୍ କୁ ପଛରୁ ଧକ୍କା ଦେଲା ଘରୋଇ ବସ୍  । ଫଳରେ ଏଥିରେ ୨ ଜଣ ଆହତ ହୋଇଛନ୍ତି । ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ସତସଙ୍ଗବିହାର  ପାଖ ରାସ୍ତାରେ ଜଣେ ବାଇକ୍ ଚାଳକ ଓ ଜଣେ ବୋଲେରୋ ଚାଳକ କଥା ହେଉଥିଲେ। ଠିକ ସେହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଘରୋଇ ବସ୍ ହଟାତ୍ ବ୍ରେକ ମାରିବାରୁ ଏକ କାର୍ ସହ ଧକ୍କା ହେଇଥିଲା ଏବଂ ଉକ୍ତ କାର ଯାଇ ଅନ୍ୟ କାର ସହ ମାଡ ହୋଇଥିଲା ।

ଫଳରେ ୨ ଜଣ ସାମାନ୍ୟ ଆହତ ହୋଇଥିଲେ । ଆହତ ୨ ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣାରେ ରସୁଲଗଡ଼ଠାରୁ ପଳାଶୁଣି ଯାଏଁ କିଛି ସମୟ ଧରି ଯାତାୟତରେ ବାଧା ସୃଷ୍ଟି ହୋଇଥିଲା । ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ଟ୍ରାଫିକ୍ ସମସ୍ୟାକୁ ନିୟନ୍ତ୍ରଣ କରିଥିଲା ।

 

Comments are closed.