Latest Odisha News

BREAKING NEWS

ବେପରୁଆ ହେବେ ସାବାଡ; ଜବତ ହେବ ଗାଡି ସହ ଫୋନ

ଭୁବନେଶ୍ବର: ଗାଡି ଚଲାଇବା ବେଳେ ଫୋନ ବ୍ୟବହାର କରୁଛନ୍ତି କି? ତାହେଲେ ହୋଇଯାଆନ୍ତୁ ସାବଧାନ । ଏନେଇ ଏବେ  ନୂଆ କଟକଣା ଆଣୁଛନ୍ତି କମିଶନରେଟ ପୋଲିସ । ସିଜ୍ ହେବ ଗାଡି ସହ ମୋବାଇଲ ।

ସଡକ ଦୁର୍ଘଟଣାକୁ ନେଇ ଯେତେ ବି ସତର୍କ କରାଗଲେ ମଧ୍ୟ ଥମିବାର ନାଁ ନେଉନି । ପ୍ରତିଦିନ ୨ ରୁ ୪ ଟି ମୃତ୍ୟୁ ସଡକ ଦୁର୍ଘଟଣାରେ ହେଉଛି । ତେବେ ଗୋଟେ ପଟେ ସେଫ ସିଟି ଡ୍ରାଇଭର ସଚେତନତା ଜାରି କରାଯାଇଥିଲେ ମଧ୍ୟ କିଛି ବେପରୁଆ ବ୍ୟକ୍ତିଙ୍କ ପାଇଁ ସଡକ ଦୁର୍ଘଟଣା ନିୟନ୍ତ୍ରଣ କରିବା କଷ୍ଟସାଧ୍ୟ ହୋଇପଡିଛି । ଯାହାକୁ ନେଇ ଏବେ ପୂରା କଡା ନିୟମ ଆଣିବାକୁ ଯାଉଛି କମିସନରେଟ ପୋଲିସ ।

ପୂର୍ବରୁ ଟ୍ରାଫିକ ନିୟମ ଭାଙ୍ଗୁଥିବା ବ୍ୟକ୍ତିଙ୍କଠାରୁ ଜରିମାନେ ଆଦାୟ କରିବା ସହ ଗାଡି ଜବତ କରିଆସୁଛି ପୋଲିସ । ସେମାନଙ୍କ ଗାଡି ଜବତ କରି କୋର୍ଟ ଚାଲାଣ କରିବା ସହ ଉକ୍ତ ବ୍ୟକ୍ତିଙ୍କର ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ରଦ୍ଦ କରାଯାଉଛି । ତଥାପି କେତେଟା ସୁଧୁରିବାର ନାଁ ହିଁ ନେଉନାହାନ୍ତି । ଯାହାକୁ ଦୃଷ୍ଟିରେ ରଖି କିଛି ଏମିତି ନୂଆ ପଦକ୍ଷେପ ନେବାକୁ ଯାଉଛି କମିଶନରେଟ ପୋଲିସ । ଏଥର ଗାଡି ଚଲାଇବା ବେଳେ ମୋବାଇଲ ବ୍ୟବହାର କଲେ ଗାଡି ସହ ଫୋନ ବି ଜବତ କରାଯିବ । ଏହା ସହିତ ଗାଡି ଓ ଫୋନକୁ କୋର୍ଟରୁ ଛଡାଇ ଆଣିବାକୁ ହେବ ।

ଏନେଇ କଡାକଡି ସୁରକ୍ଷା ଉପରେ ଆଲୋକପାତ କରିଛନ୍ତି ପୁଲିସ କମିସନର ସଞ୍ଜୀବ ପଣ୍ଡା । ତାଙ୍କ କହିବା ଅନୁସାରେ ଗତକାଲି ଅପରାହ୍ଣ ୪ଟା ରୁ ରାତି ୯ଟା ଭିତରେ ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରୁ ୨୧୮ଗାଡ଼ି ଜବତ ହୋଇଥିଲା। ଏଥିରୁ ଅଧିକାଂଶ ଗାଡ଼ି ଚାଳକ ମୋବାଇଲ୍‌ରେ ଗପିଗପି ଡ୍ରାଇଭିଂ କରୁଥିବା ଦେଖିବାକୁ ମିଳିଥିଲା। ସେହପରି ଭୁବନେଶ୍ବର ଟ୍ରାଫିକ୍‌ ଥାନା-୧ ଓ ୨ ପକ୍ଷରୁ ହୋଇଥିବା ଯାଞ୍ଚରେ ମଧ୍ୟ ୪୬ଟି ଗାଡ଼ି ଜବତ କରାଯାଇଥିଲା। ଆହୁରି ମଧ୍ୟ ରାଜଧାନୀରେ ନିକଟରେ ଘଟିଥିବା ଅଧିକାଂଶ ସଡ଼କ ଦୁର୍ଘଟଣାର କାରଣ ଯାଞ୍ଚ କଲା ବେଳେ ଜଣାପଡ଼ିଛି ଯେ ଗାଡ଼ିଚାଳକ ମୋବାଇଲ୍‌ରେ ଗପି ଗାଡ଼ି ଚଳାଉଥିଲେ। ତେଣୁ ସେଫ୍ ସିଟି ଡ୍ରାଇଭ୍ ଯାଞ୍ଚ ପ୍ରକ୍ରିୟାରେ ଏଣିକି ମୋବାଇଲ୍‌ ଜବତ କରାଯିବ ବୋଲି କଡା ନିଷ୍ପତ୍ତି ନିଆଯାଇଛି।

Comments are closed.