Latest Odisha News

BREAKING NEWS

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା: ବିଜେପି କର୍ମୀଙ୍କୁ ଗୁଳିକରି ହତ୍ୟା

କଲିକତା: ପଶ୍ଚିମବଙ୍ଗ ନଦିଆରେ ନିର୍ବାଚନୀ ହିଂସା । ଟିଏମସି କର୍ମୀଙ୍କ ଆକ୍ରମଣରେ ବିଜେପି କର୍ମୀ ହଫିଜୁଲ ଶେଖଙ୍କ ମୃତ୍ୟୁ ଅଭିଯୋଗ  । ଗତକାଲି ସରିଛି ଦେଶର ଶେଷ ପର୍ଯ୍ୟାୟ ନିର୍ବାଚନ । ଏହାରି ଭିତରେ ଦେଖିବାକୁ ମିଳିଛି  ଅନେକ ଜାଗାରେ ନିର୍ବାଚନୀ ହିଂସା ।

ଗତକାଲି ପଶ୍ଚିମବଙ୍ଗ ନଦିଆରେ  ଘଟିଛି ଏକ ଅଭାବନୀୟ ଘଟଣା । ଟିଏମସି କର୍ମୀ ବିଜେପି କର୍ମୀ ହଫିଜୁଲ ଶେଖଙ୍କୁ ହତ୍ୟା କରିବା ସହ ତାଙ୍କ ମୁଣ୍ଡଗଣ୍ଡି ଅଲଗା କରିଦେଇଛନ୍ତି । ଦକ୍ଷିଣ-ନଦିଆ ଜିଲ୍ଲାର ଏହି ହତ୍ୟାକାଣ୍ଡରେ ୧୦-୧୧ଜଣ ଟିଏମ କର୍ମୀଙ୍କ ସଂପୃକ୍ତି ଥିବା ବିଜେପି ସଭାପତି ଅର୍ଜୁନ ବିଶ୍ୱାସ ଦାବି କରିଛନ୍ତି ।

ହଫିଜୁଲ ଶେଖଙ୍କ ପରିବାର କହିଛନ୍ତି କି ହଫିଜୁଲ ନିକଟରେ ବିଜେପିରେ ସାମିଲ ହୋଇଥିଲେ । ଏଥିଲାଗି ତାଙ୍କର ହତ୍ୟା କରାଯାଇଛି । ଘଟଣାରେ ସିବିଆଇ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି ହଫିଜୁଲଙ୍କ ପରିବାର । ଅନ୍ୟପଟେ ରାଜ୍ୟରେ ମଧ୍ୟ ଅନେକ ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି ।

 

Comments are closed.