Latest Odisha News

ଶାହାଙ୍କ ଧମକ ଅଭିଯୋଗ; କଂଗ୍ରେସ ନେତା ଜୟରାମଙ୍କ ଉପରେ ବର୍ଷିଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହାଙ୍କ ନାଁରେ କଂଗ୍ରେସ ନେତା ଜୟରାମ ରମେଶ ଅଭିଯୋଗ ନେଇ ବର୍ଷିଛନ୍ତି ନିର୍ବାଚନ କମିଶନ । ସେ କହିଛନ୍ତି , ଏନେଇ କୌଣସି ଜିଲ୍ଲାପାଳ କି ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଠାରୁ କିଛି ବି ଅଭିଯୋଗ ହସ୍ତଗତ ହୋଇନାହିଁ । ତେବେ ଏଭଳି ଅଭିଯୋଗ ଆସିଲା କେଉଁଠୁ? ଯଦି ଜୟରାମଙ୍କ ପାଖରେ ନିଜର ଅଭିଯୋଗର ପ୍ରମାଣ ଅଛି ତାହାଲେ ସନ୍ଧ୍ୟା ସୁଦ୍ଧା ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଇସିଆଇ ।

ତେବେ ଗତକାଲି ଅର୍ଥାତ୍ ଜୁନ୍ ୧ ତାରିଖରେ ନିଜର ସୋସିଆଲ ମିଡିଆରେ ଅମିତ୍ ଶାହାଙ୍କୁ କାଉଣ୍ଟର କରି ତାଙ୍କ ନାଁ ରେ ସଙ୍ଗୀନ ଅଭିଯୋଗ ଆଣିଥିଲେ କଂଗ୍ରେସ ନେତା ଜୟରାମ ରମେଶ । ଭୋଟ ଗଣତି ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହା ଜିଲ୍ଲା ଅଧିକାରୀଙ୍କୁ ଧମକ ଦେଇଛନ୍ତି ବୋଲି ସେଥିରେ ଲେଖିଥିଲେ ଜୟରାମ । ଯାହାକୁ ନେଇ ଏଭଳି କିଛି କଡା ମନ୍ତବ୍ୟ ଦେଇଛନ୍ତି ନିର୍ବାଚନ ଆୟୋଗ ।

ସରିଯାଇଛି ଭାରତରେ ଗଣତନ୍ତ୍ର ମହାପର୍ବ  । ଏବେ ଖାଲି ପରିଣାମକୁ ଅପେକ୍ଷା କରିଛନ୍ତି ଦେଶବାସୀ । ଏଥର ଗାଦି ହାତେଇବ କିଏ? ଯାହାର ଫଳାଫଳ ଜୁନ୍ ୪ ରେ ବାହାରିବ । ଏହାରି ଭତରେ ଏକ୍ସିଟ ପୋଲ ସର୍ଭେ ମଧ୍ୟ ବାହାରିସାରିଛି । ତେବେ ଏହି ସବୁ ମଧ୍ୟରେ କଂଗ୍ରେସ ନେତା ଜୟରାମ ରମେଶ ନିଜ ସୋସିଆଲ୍ ମିଡିଆରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପରେ ଲଗେଇଛନ୍ତି ସଙ୍ଗୀନ ଅଭିଯୋଗ । ପୋଷ୍ଟରେ ସେ ଲେଖିଛନ୍ତି ଯେ ‘ବିଦାୟ ନେଉଥିବା ଗୃହମନ୍ତ୍ରୀ ଜିଲ୍ଲା ମାଜିଷ୍ଟ୍ରେଟ ଓ କଲେକ୍ଟରମାନଙ୍କୁ ଫୋନ୍ କରି ଧମକ ଦେଇଛନ୍ତି । ଏପର୍ଯ୍ୟନ୍ତ ସେ ସେମାନଙ୍କ ମଧ୍ୟରୁ୧୫୦ ଜଣଙ୍କ ସହ କଥା ହୋଇସାରିଛନ୍ତି। ଯାହା ଅତ୍ୟନ୍ତ ନିନ୍ଦନୀୟ। ଏହା ବିଜେପିର ହତାଶପଣ ଦର୍ଶାଉଛି ବୋଲି କହି ତାତ୍ସଲ୍ୟ କରିଛନ୍ତି ଜୟରାମ ।  ସେ ଆହୁରି ମଧ୍ୟ କହିଛନ୍ତି ଜୁନ୍ ୪ ଦିନ ଲୋକମାନେ କଣ ଚାଁହୁଛନ୍ତି ତାହା ପ୍ରକାଶ ପାଇବ । ୪ ତାରିଖରେ ମୋଦୀ, ଶାହା ଏବଂ ବିଜେପି ବିଦାୟ ନେବାକୁ ଯାଉଛି । ଏବେ ଇଣ୍ଡିଆ ମେଣ୍ଟର ବିଜୟୀ ହେବ। ଏହା ସହିତ ସେ ଅଧିକାରୀମାନଭ୍କୁ ସତର୍କ କରି କହିଛନ୍ତି, ‘ଅଧିକାରୀମାନେ କୌଣସି ଚାପରେ ପଡ଼ିବା ଉଚିତ୍ ନୁହେଁ ଏବଂ ସମ୍ବିଧାନକୁ ସମର୍ଥନ କରିବା ଆବଶ୍ୟକ | ସେମାନଙ୍କ ଉପରେ କଡ଼ା ନଜର ରଖାଯାଉଛି।’

 

ତେବେ ଏଭଳି ସଙ୍ଗୀନ ଅଭିଯୋଗକୁ ନେଇ ଇସିଆଇ ରମେଶଙ୍କୁ ଏକ ଚିଠି ଜାରି କରିଛନ୍ତି  । ଯେଉଁଥିରେ ସେ ଲେଖିଛନ୍ତି, “ଏହି ପରିପ୍ରେକ୍ଷୀରେ, ଏମସିସି ବା ମୋରାଲ୍ କୋଡ୍ ଅଫ କଣ୍ଡକ୍ଟ ଲାଗୁ ହେବା ସମୟରେ ସମସ୍ତ ଅଧିକାରୀ ଆୟୋଗର ପ୍ରତିନିଧୀ ଭାବରେ ବିବେଚିତ ହୁଅନ୍ତି । କୌଣସି ନିର୍ଦ୍ଦେଶ ପାଇଁ ମଧ୍ୟ ସେ ସିଧାସଳଖ ଆୟୋଗଙ୍କୁ ରିପୋର୍ଟ କରନ୍ତି। ଆପଣ ଯେପରି ଜାଣିଛନ୍ତି , ଭୋଟ୍ ଗଣିବା ପ୍ରକ୍ରିୟା ହେଉଛି ପ୍ରତ୍ୟେକ ରିଟର୍ନିଙ୍ଗ ଅଫିସରର କର୍ତ୍ତବ୍ୟ । ଆପଣଙ୍କ ଏପରି ସାର୍ବଜନୀନ ବିବୃତ୍ତି ଏକ ସନ୍ଦେହ ସୃଷ୍ଟି କରିଛି । ତେଣୁ, ଏହି ଅଭିଯୋଗ ଜନସାଧାରଣଙ୍କ ହିତରେ ସମାଧାନ ହେବା ଉଚିତ୍  ।’’

ଚିଠିରେ ଇସିଆଇ ଆହୁରି ମଧ୍ୟ ଲେଖିଛନ୍ତି ଯେ ,‘‘ ଆପଣ ଏକ ରାଷ୍ଟ୍ରୀୟ ପାର୍ଟିର ଦାୟିତ୍ୱବାନ୍, ଅଭିଜ୍ଞ ତଥା ଜଣେ ବରିଷ୍ଠ ନେତା ହୋଇଥିବାରୁ ନିଶ୍ଚିତ ଭାବରେ ଗଣନା କରିବାର ଦିନ ପୂର୍ବରୁ , ତଥ୍ୟ ଉପରେ ଆଧାର କରି ଏପରି ବିବୃତ୍ତି ଦେଇଥିବେ । ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନିମନ୍ତେ ଯେଉଁ ୧୫୦ ଡିଏମଙ୍କୁ ଏପରି ଧମକ ଦିଆଯାଇଛି , ତାଙ୍କର ବିବରଣୀ ପ୍ରମାଣ ସହ , ଆଜି ସନ୍ଧ୍ୟା ସୁଦ୍ଧା ପ୍ରଦାନ୍ କରନ୍ତୁ ବୋଲି ଇସିଆାଇ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.