Latest Odisha News

୧୦ ବର୍ଷରେ ୬ଥର ହାରିଲେ ବାଇଚୁଙ୍ଗ ଭୂତିଆ

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ଟିମର ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୂତିଆ ରାଜନୀତିରେ କିନ୍ତୁ ଏ ପର୍ଯ୍ୟନ୍ତ ସଫଳତା ହାସଲ କରିପାରି ନାହାନ୍ତି । ରବିବାର ସିକ୍କିମ ନିର୍ବାଚନର ଫଳାଫଳ ପ୍ରକାଶ ପାଇଥିଲା । ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚାର ରିକଶଲ ଧୋରଜୀ ସିକ୍କିମ ଡେମୋକ୍ରାଟିକ ଫ୍ରଂଟ ପାର୍ଟିର ବାଇଚୁଙ୍ଗଙ୍କୁ ୪୩୪୬ ଭୋଟରେ ପରାସ୍ତ କରିଥିଲେ । ଏସକେଏମ ୩୧ ସିଟ ଜିତିଥିବା ବେଳେ ଭୂତିଆଙ୍କ ଦଳ ମାତ୍ର ଗୋଟିଏ ସିଟ ଜିତିଛି । ୨୦୧୮ରେ ସେ ନିଜେ ହମରୋ ସିକ୍କିମ ପାର୍ଟି ଗଠନ କରିଥିଲେ । ଗତ ବର୍ଷ ତାଙ୍କ ପାର୍ଟି ଏସଡିଏଫରେ ବିଲୟ ହୋଇ ଯାଇଥିଲା ।

୨୦୧୪ରେ ଭୂତିଆ ଟିଏମସି ପକ୍ଷରୁ ଲୋକସଭା ନିର୍ବାଚନ ଲଢ଼ିଥିଲେ । ସେ ପରାଜିତ ହୋଇଥିଲେ । ଏହା ପରେ ୨୦୧୬ରେ ସିଲିଗୁଡି ସିଟରୁ ପୂନର୍ବାର ଟିଏମସିରୁ ଲଢ଼ିଥିଲେ ମଧ୍ୟ ହାରିଥିଲେ । ନିଜ ପାର୍ଟିରୁ ସେ ଗ୍ୟାଙ୍ଗଟକ ଓ ତୁମେନ ଲିଙ୍ଗିରୁ ଲଢ଼ିଥିଲେ ମଧ୍ୟ ପରାଜିତ ହୋଇଥିଲେ । ୨୦୧୯ ଉପ ନିର୍ବାଚନରେ ମଧ୍ୟ ସେ ବିଜୟ ସ୍ୱାଦ ଚାଖି ପାରି ନ ଥିଲେ ।

Comments are closed.