Latest Odisha News

BREAKING NEWS

ଟି୨୦ ବିଶ୍ୱକପ : ଏଥର ବିଜେତାଙ୍କୁ ମିଳିବ ରେକର୍ଡ ପ୍ରାଇଜ ମନୀ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ୨୦୨୪ ଆରମ୍ଭ ହୋଇଯାଇଛି । ୱେଷ୍ଟଇଣ୍ଡିଜ ଓ ଆମେରିକାରେ ୨ ଜୁନରୁ ୨୯ ପର୍ଯ୍ୟନ୍ତ ଏହା ଖେଳାଯିବ । ସୋମବାର ଆଇସିସି ଏହି ବିଶ୍ୱକପ ପାଇଁ ପୁରସ୍କାର ରାଶି ଘୋଷଣା କରିଛି । ଏଥର ବିଜେତାଙ୍କୁ ରେକର୍ଡ ୨୦.୨୬ କୋଟି ଟଙ୍କା ଏବଂ ରନର୍ସଅପ ଟିମକୁ ୧୦.୬୪ କୋଟି ମିଳିବ । ସେମିରେ ପ୍ରବେଶ କରିଥିବା ଟିମକୁ ୬.୫୪ କୋଟି ପୁରସ୍କାର ରାଶି ମିଳିବ । ଚଳିତ ବିଶ୍ୱକପରେ ପ୍ରଥମ ଥର ସର୍ବାଧିକ ୨୦ଟି ଟିମ ଅଂଶଗ୍ରହଣ କରୁଛନ୍ତି ।

ସୁପର ଏଇଟ ଆଗକୁ ଯାଇ ପାରି ନ ଥିବା ଦଳକୁ ୩.୧୭ କୋଟି ଟଙ୍କା ଲେଖାଏଁ ମିଳିବ । ୯ରୁ ୧୨ ପର୍ଯ୍ୟନ୍ତ ରହିଥିବା ଟିମକୁ ୨.୫୭ କୋଟି ଏବଂ ୧୩ରୁ ୨୦ ସ୍ଥାନରେ ରହିଥିବା ଦଳକୁ ୧.୮୭ କୋଟି ଲେଖାଏଁ ମିଳିବ । ଓଭରାଲ ୯୩.୫୧ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ।

Comments are closed.