Latest Odisha News

ଟି୨୦ ବିଶ୍ୱକପରେ ସୁପର ଓଭର

ବ୍ରିଜଟାଉନ: ଚଳିତ ଆଇସିସି ଟି୨୦ ବିଶ୍ୱକପରେ ନାମିବିୟା ଓ ଓମାନ ମଧ୍ୟରେ ଅନୁଷ୍ଠିତ ମୁକାବିଲା ବେଶ ରୋମାଂଚକରପୂର୍ଣ୍ଣ ହୋଇଥିଲା । ନାମିବିୟା ପ୍ରଥମେ ବ୍ୟାଟିଂ କରି ୧୦୯ ରନ କରିଥିଲା । ଓମାନ ମଧ୍ୟ ସମାନ ରନ କରିବାକୁ ସକ୍ଷମ ହୋଇଥିଲା । ମ୍ୟାଚ ଟାଇ ହେବାରୁ ଫଳାଫଳ ପାଇଁ ସୁପର ଓଭରର ସହାୟତା ନିଆ ଯାଇଥିଲା । ଏଥିରେ ନାମିବିୟା ବିଜୟୀ ହୋଇଥିଲା । ଟି୨୦ ବିଶ୍ୱକପର ପଦାର୍ପଣ ସଂସ୍କରଣରେ ଭାରତ ଓ ପାକିସ୍ତାନ ମ୍ୟାଚ ଟାଇ ରହିଥିଲା । ଅବଶ୍ୟ ସେତେବେଳେ ଫଳାଫଳ ପାଇଁ ବଲ ଆଉଟର ନିଷ୍ପତି ନିଆ ଯାଇଥିଲା । ଭାରତ ଏଥିରେ ବିଜୟୀ ହୋଇଥିଲା ।

୨୦୧୨ ଟି୨୦ ବିଶ୍ୱକପରେ ନ୍ୟୁଜିଲାଣ୍ଡ ଟିମ ପ୍ରଥମେ ବ୍ୟାଟିଂ କରି ୧୭୪ ରନ କରିଥିଲା । ଶ୍ରୀଲଙ୍କା ମଧ୍ୟ ନିର୍ଦ୍ଧାରିତ ଓଭରରେ ସମାନ ରନ କରିଥିଲା । ସୁପର ଓଭରରେ ଶ୍ରୀଲଙ୍କା ଜିତିଥିଲା । ସେହି ସଂସ୍କରଣରେ ୱେଷ୍ଟଇଣ୍ଡିଜ ଓ ନ୍ୟୁଜିଲାଣ୍ଡ ମ୍ୟାଚ ମଧ୍ୟ ଟାଇ ରହିଥିଲା । ଉଭୟ ଟିମ ୧୩୯ ରନ କରିଥିଲେ । ସୁପର ଓଭରରେ ୱେଷ୍ଟଇଣ୍ଡିଜ ଟିମ ୨ ରନରେ ବିଜୟ ହାସଲ କରିଥିଲା ।

Comments are closed.