Latest Odisha News

ସ୍କୁଲ ବସ ଦାବି ନେଇ ବିଧାନସଭା ଅର୍ଥ କମିଟିର ସଦସ୍ୟମାନଙ୍କୁ ଘେରିଲେ ଛାତ୍ରଛାତ୍ରୀ

ପାରାଦୀପ : ସ୍କୁଲ ବସ୍ ଯୋଗାଣ ଦାବିରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପାରାଦୀପର ନେହେରୁ ବଙ୍ଗଳା ଗେଷ୍ଟ୍ ହାଉସକୁ ଘେରାଓ କରିଛନ୍ତି । ସୂଚନା ଅନୁଯାୟୀ ଗେଷ୍ଟହାଉସରେ ଫସିରହିଛନ୍ତି ବିଧାନସଭା ଅର୍ଥ କମିଟିର ସଦସ୍ୟ ମାନେ ।

ବିଧାୟକ ସରୋଜ ସାମଲଙ୍କ ଅଧ୍ୟକ୍ଷତାରେ ଆସିଥିବା ସଦସ୍ୟ ମାନେ ଗତକାଲି ଜଗତସିଂହପୁରରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବା ପରେ ଏଠାରେ ରାତ୍ରୀଯାପନ କରିଥିଲେ ।

ତେବେ ନେହେରୁ ବଙ୍ଗଳାରୁ ଶତାଧିକ ଛାତ୍ରଛାତ୍ରୀ ପ୍ରତିଦିନ ବିଭିନ୍ନ ବିଦ୍ୟାଳୟ ଗୁଡିକୁ ପ୍ରାୟ ବସରେ ୧୨ କିମି. ଦୂର ଯାତାୟାତ କରିଥାନ୍ତି । କିନ୍ତୁ ଚଳିତ ବର୍ଷ ବିଦ୍ୟାଳୟ ଖୋଲିବା ପରେ ପୋର୍ଟ କର୍ତ୍ତୃପକ୍ଷ କୌଣସି ବସ୍ ଯୋଗାଇ ଦେଇନଥିଲେ ।

ଏହାକୁ ନେଇ ଅନେକଥର ବନ୍ଦର କର୍ତ୍ତୃପକ୍ଷ ଓ ପୌରପରିଷଦ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବଙ୍କ ଗହଣରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

ତେବେ ଘଟଣା ସ୍ଥଳରେ ପାରାଦୀପ ମେରାଇନ୍ ପୋଲିସ୍ ପହଚିଂ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ନିଜ ଜିଦରେ ଅଟଳ ଅଛନ୍ତି ।

Leave A Reply

Your email address will not be published.