Latest Odisha News

BREAKING NEWS

ପୋଖରୀରୁ ଉଦ୍ଧାର ହେଲା ୫ଫୁଟ୍ ଲମ୍ବର କୁମ୍ଭୀର

ମାଲକାନଗିରି: ମାଲକାନଗିରିର ଏକ ପୋଖରୀରୁ ଉଦ୍ଧାର ହେଲା ୫ଫୁଟ୍ ଲମ୍ବର କୁମ୍ଭୀର । ସୂଚନା ଅନୁଯାୟୀ କାଲିମେଲା ବ୍ଲକ୍ ନିକଟସ୍ଥ ଇଗଲ ପଚାଂୟତର ଏମଭି ୭୮ ନାମକ ଏକ ଗାଁ ପୋଖରୀରୁ ଗ୍ରାମବାସୀ ମାନେ ୫ଫୁଟ୍ ଲମ୍ବର କୁମ୍ଭୀରକୁ ଉଦ୍ଧାର କରିଛନ୍ତି ।

ଏହି ଗାଁକୁ ଲାଗି ସାବେରୀ ନଦୀ ପ୍ରବାହିତ ହେଉଥିବା ବେଳେ କୁମ୍ଭୀରଟି ସେହି ନଦୀରୁ ଗାଁ ପୋଖରୀକୁ ଉଠି ଆସିଥିବା ନେଇ ଆଶଙ୍କା କରାଯାଉଛି । ଏପଟେ ପୋଖରୀରେ କୁମ୍ଭୀର ଥିବା କଥା ପ୍ରଚାର ହେବାପରେ ଗାଁରେ ଏକପ୍ରକାର ଭୟର ବାତ୍ତାବରଣ ଖେଳିଯାଇଥିଲା । ଲୋକମାନେ ବନବିଭାଗକୁ ଖବର ଦେଇଥିଲେ ମଧ୍ୟ ଉଦ୍ଧାର କାର୍ଯ୍ୟ ପାଇଁ ବନବିଭାଗ ତତକ୍ଷଣାତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ।

ଫଳରେ ଗ୍ରାମବାସୀ କୁମ୍ଭୀରକୁ ଧରିବା ପାଇଁ ପୋଖରୀରେ ଏକ ବଡ ଜାଲ ପକାଇଥିଲେ । କୁମ୍ଭୀରକୁ ଉଦ୍ଧାର କରିବାପରେ ଲୋକମାନେ ବନକର୍ମଚାରୀଙ୍କୁ ଏ ବିଷୟରେ ତୁରନ୍ତ ଜଣାଇବା ସହ ତାକୁ ନେଇଯିବା ପୁଣିଥରେ କହିଥିଲେ । ଗ୍ରାମବାସୀ ମାନେ କୁମ୍ଭୀର ଧରିବା ପରେ ଗାଁରେ ଆଉ ଭୟର ବାତ୍ତାବରଣ ନଥିବା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.