Latest Odisha News

BREAKING NEWS

ଓଡ଼ିଶାରେ ବିଜେପିର ବିପୁଳ ବିଜୟ ପରେ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜେପି ନଡ୍ଡା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ଫଳାଫଳ ପ୍ରକାଶ ପାଇଛି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।
ଓଡିଶାରେ ଐତିହାସିକ ବିଜୟ ପରେ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ‘ଏକ୍ସ’ ରେ ପୋଷ୍ଟ କରି ସେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ମୋଦି କହିଛନ୍ତି ଯେ, ଉତ୍ତମ ଶାସନ ଏବଂ ଓଡିଶାର ଅନନ୍ୟ ସଂସ୍କୃତିକୁ ପାଳନ କରିବା ପାଇଁ ଏହା ଏକ ପୁନର୍ବାର ବିଜୟ । ଲୋକଙ୍କ ସ୍ୱପ୍ନକୁ ପୂରଣ କରିବା ଏବଂ ଓଡିଶାକୁ ପ୍ରଗତିର ନୂତନ ଉଚ୍ଚତାକୁ ନେବାରେ ବିଜେପି କୌଣସି ହେଲା କରିବ ନାହିଁ । ଆମର ସମସ୍ତ ପରିଶ୍ରମୀ ଦଳର କାର୍ଯ୍ୟକର୍ତ୍ତାଙ୍କ ଉଦ୍ୟମ ପାଇଁ ମୁଁ ଅତ୍ୟଧିକ ଗର୍ବିତ ସେମାନଙ୍କ କଠିନ ପରିଶ୍ରମ ପାଇଁ ଅଭିନନ୍ଦନ ଜଣାଉଛି ।

ଅନ୍ୟପକ୍ଷରେ ବିଜୟ ନେଇ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜେପି ସଭାପତି ଜେପି ନଡ୍ଡା । ସୋଶାଲ ମିଡ଼ିଆ ‘ଏକ୍ସ’ ରେ ସେ ଲେଖିଛନ୍ତି, ଧନ୍ୟବାଦ ଓଡ଼ିଶା! ବିଜେପି ଉପରେ ବିଶ୍ୱାସ ରଖିଥିବାରୁ ଓଡ଼ିଶାର ଜନତାଙ୍କୁ କୃତଜ୍ଞତା ଜଣାଉଛି । ସାମୁହିକ ଉଦ୍ୟମରେ ମିଳିଥିବା ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଉଛି । ଏଥିସହ ଓଡ଼ିଶାର କାର୍ଯ୍ୟକର୍ତ୍ତା ଓ ରାଜ୍ୟ ବିଜେପି ସଭାପତି ମନମୋହନଙ୍କୁ ସ୍ୱତନ୍ତ୍ର ଭାବେ କୃତଜ୍ଞତା । ଆପଣମାନଙ୍କ କଠିନ ପରିଶ୍ରମ ଯୋଗୁ ଏପରି ବିରାଟ ବିଜୟ ମିଳିଛି ବୋଲି ଶ୍ରୀ ନଡ୍ଡା କହିଛନ୍ତି ।

Comments are closed.