ନୂଆଦିଲ୍ଲୀ: ତୃତୀୟଥର ପାଇଁ ଜୁନ୍ ୮ରେ ଶପଥ ନେଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦି । ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ମୋଦି ୮ରେ ଶପଥ ନେବେ । ୮ ତାରିଖ ସନ୍ଧ୍ୟାରେ ହୋଇପାରେ ଶପଥ ଗ୍ରହଣ ଉତ୍ସବ ।
ଲୋକସଭା ନିର୍ବାଚନରେ ବିଜେପି ମ୍ୟାଜିକ୍ ନମ୍ବର ୨୭୨ ହାସଲ କରିବାରେ ବିଫଳ ହୋଇଥିବାବେଳେ ଏନ୍ଡିଏ ବହୁମତ ପାଇଛି । ପ୍ରଧାନମନ୍ତ୍ରୀ ମୋଦି ଏନ୍ଡିଏ ୪୦୦ ପାର୍ କରିବ ବୋଲି ନାରା ଦେଇଥିଲେ। କିନ୍ତୁ ଏଥିରେ ବିଫଳ ହୋଇଛି ବିଜେପି ।
ସେହିଭଳି ବିଜେପି ମଧ୍ୟ ଅତିକ୍ରମ ୩୭୦ ଆସନ ହାସଲ କରିବ ବୋଲି ଟାର୍ଗେଟ ରଖିଥିଲା । କିନ୍ତୁ ୩୭୦ ମିଳିବା ତ ଦୂରର କଥା ବହୁମତ (୨୭୨)ଠାରୁ ବହୁ ଦୂରରେ ରହିଛି ବିଜେପି ।ଏପଟେ ଓଡ଼ିଶାରେ ବିଜେପି ସରକାର ଗଢିବାକୁ ବାଟ ଫିଟିଛି ।
କୁନ୍ ୧୦ରେ ଓଡିଶାରେ ସରକାର ଶପଥ ଗ୍ରହଣ କରିବେ । ସେପଟେ କେନ୍ଦ୍ରରେ କେବେ ହେବ ଶପଥ ଗ୍ରହଣ ସେନେଇ ଚର୍ଚ୍ଚା ଆଲୋଚନା ଜାରିରହିଥିବା ବେଳେ ବର୍ତମାନ ମୋଦି ୮ରେ ଶପଥ ନେଇ ପାରନ୍ତି ବୋଳି ଜାତୀୟ ଗଣମାଧ୍ୟମରୁ ସୂଚନା ମିଳୁଛି ।
Comments are closed.