Latest Odisha News

BREAKING NEWS

ସାବିତ୍ରୀ ଭାର ଦେଇ ଫେରିବା ବେଳେ ଦୁର୍ଘଟଣା, ବାପା ମୃତ

ବାଲେଶ୍ୱର: ସାବିତ୍ରୀ ଭାର ଦେଇ ଫେରିବା ବେଳେ ଦୁର୍ଘଟଣାରେ ବାପା ମୃତ। ବାଲେଶ୍ୱର ଜିଲ୍ଲା ଅନନ୍ତପୁରରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସୂଚନା ଅନୁସାରେ ଖଇରା ସ୍ଥିତ ଝିଅ ଘରକୁ ସାବିତ୍ରୀ ଭାର ଦେବାକୁ ଯାଇଥିଲେ ବାପା। ହେଲେ ଘରକୁ ଫେରିବା ବେଳେ ଏହି ଦୁର୍ଘଟଣା ନେଲା ବାପାର ଜୀବନ।

ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ବାସୁଦେବପୁର ବାଲିମେଣ୍ଢ ଅଞ୍ଚଳର ସୁନୀଲ ବାରିକ ସାବତ୍ରୀ ଭାର ଦେଇ ଝିଅର ଶାଶୂ ଘରୁ ବାଇକରେ ଘରକୁ ଫେରୁଥିବା ବେଳେ ଅନନ୍ତପୁର ବାଲିଛନ୍ଦା ଘାଟ ନିକଟରେ କୌଣସି ଅଜଣା ଗାଡ଼ି ଧକ୍କା ଦେଇ ଫେରାର ହୋଇଯାଇଥିଲା। ଫଳରେ ସୁନୀଲଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଅନନ୍ତପୁର ଫାଣ୍ଡିକୁ ଖବର ଦେଇଥିଲେ। ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛନ୍ତି।

 

 

Comments are closed.