Latest Odisha News

ନଦୀରେ ବୁଡ଼ିଯାଇ ଭାଇ-ଭଉଣୀଙ୍କ ମୃତ୍ୟୁ

ନୟାଗଡ଼: ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ବାଉଁଶିଆପଡ଼ା ଗାଁରେ ଅଭାବନୀୟ ଘଟଣା। ନଦୀରେ ବୁଡ଼ି ଭାଇଭଉଣୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଉଛନ୍ତି ଗାଁର ଦ୍ୱିତୀକୃଷ୍ଣ ସେଠୀଙ୍କ ଝିଅ କାଜଲ ଓ ସାଇ। କୁସୁମୀ ନଦୀର ଗଭୀର ଜଳରେ ବୁଡ଼ିଯାଇ ଭାଇ ଓ ଭଉଣୀଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ସୂଚନାନୁଯାୟୀ, ଆଜି ସକାଳେ ଏହି ଭାଇଭଉଣୀ ଦୁହେଁ କୁସୁମୀ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ତେବେ ମା’ ଘରୁ ବାହାରିବା ପୂର୍ବରୁ ସେମାନେ ନଦୀକୁ ଯାଇ ଗାଧୋଉଥିବା ବେଳେ ବୁଡ଼ି ଯାଇଥିଲେ। ସେତେବେଳକୁ ସେମାନଙ୍କ ମା’ ସେଠାରେ ପହଞ୍ଚି ଦୁଇ ଛୁଆ ବୁଡ଼ି ଯାଉଥିବା ଦେଖି ସେ ଡାକ ପକାଇଥିଲେ।

ଏହାପରେ ସେମାନଙ୍କୁ ନଦୀ ପାଖ ଲୋକେ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ । ମେଡିକାଲରେ ଭାଇ-ଭଉଣୀ ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ନୟାଗଡ଼ ବାଉଁଶିଆପଡା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି ।

Comments are closed.