Latest Odisha News

ମହାରାଷ୍ଟ୍ରର ଯେଉଁ ସବୁ ସ୍ଥାନରେ ମୋଦି ପ୍ରଚାର କରିଥିଲେ ସେହି ସ୍ଥାନଗୁଡ଼ିକରେ ବିଜେପି ହାରିଛି

ମୁମ୍ବାଇ: ୨୦୨୪ ଲୋକସଭା ନିର୍ବାଚନରେ ଏନଡିଏକୁ ବହୁମତ ମିଳିଥିବାବେଳେ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ନେଇ ସ୍ଥିର ହୋଇସାରିଛି । ଗତ ଦୁଇଟି ନିର୍ବାଚନରେ ବିଜେପି ନିଜ ବଳରେ ବହୁମତ ହାସଲ କରିଥିଲା । ହେଲେ ଏଥର କିନ୍ତୁ ନିଜ ବଳରେ ଜିତିବାରେ ବିଫଳ ହୋଇଛି ଦଳ । ତେବେ ୟୁପି ପରି ମହାରାଷ୍ଟ୍ରରେ ମଧ୍ୟ ବିଜେପିର ଖରାପ ପ୍ରଦର୍ଶନ ଦେଖିବାକୁ ମିଳିଛି ଯାହା ଏବେ ଚିନ୍ତାର ବିଷୟ ପାଲଟିଛି ।

ଉଲ୍ଲେଖଯୋଗ୍ୟ ଯେ, ମହାରାଷ୍ଟ୍ରରେ ୪୮ଟି ଲୋକସଭା ଆସନ ଥିବାବେଳେ, ବିଜେପି କେବଳ ୯ଟି ଆସନ ଜିତିପାରିଛି । ଯେଉଁଠି ଏହାର ସହଯୋଗୀ ଭାଗିଦାରୀ ଶିବସେନା ୭ ଟି ଏବଂ ଏନସିପି ଗୋଟିଏ ସିଟ୍ ଜିତିପାରିଛି । ତେବେ ମୋଟ ଉପରେ ରାଜ୍ୟର ଆସନ ମଧ୍ୟରୁ ଏନଡିଏ ମାତ୍ର ୧୭ଟି ଆସନ ପାଇଥିବା ବେଳେ ଇଣ୍ଡିଆ ମେଣ୍ଟ ୩୦ଟି ଆସନ ହାସଲ କରିଛି ।

ତେବେ ନିର୍ବାଚନ ଆୟୋଗ ଜାରି କରିଥିବା ତଥ୍ୟରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଚାର କରୁଥିବା ଅଧିକାଂଶ ଆସନରେ ଏନଡିଏ ଜିତିବାରେ ବିଫଳ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ମହାରାଷ୍ଟ୍ରର ୧୮ଟି ଲୋକସଭା ଆସନରେ ଏକାଧିକ ସାଧାରଣ ସଭା ଏବଂ ଏକ ରୋଡ୍ ଶୋ’ କରିଥିବାବେଳେ ଉକ୍ତ ଆସନ ଗୁଡିକରୁ କେବଳ ଦୁଇଟିରେ ଜିତିଥିବାବେଳେ ଅନ୍ୟ ୧୫ଟି ରେ ଏନଡିଏ ଜିତିବାରେ ବିଫଳ ହୋଇଛି ।

Comments are closed.