Latest Odisha News

ଗେଲଙ୍କ ରେକର୍ଡ ଭାଙ୍ଗିଲେ ୱାର୍ଣ୍ଣର

ମେଲବୋର୍ଣ୍ଣ: ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲଙ୍କ ଏକ ରେକର୍ଡ ଅଷ୍ଟ୍ରେଲିଆର ଡେଭିଡ ୱାର୍ଣ୍ଣର ଚଳିତ ଟି୨୦ ବିଶ୍ୱକପରେ ଭାଙ୍ଗି ଦେଇଛନ୍ତି । ଓମାନ ବିପକ୍ଷ ମ୍ୟାଚରେ ସେ ୫୧ ବଲରେ ୫୬ ରନ ସଂଗ୍ରହ କରିଥିଲେ । ୱାର୍ଣ୍ଣରଙ୍କ ଏହା ଟି୨୦ରେ ୧୧୧ତମ ଅର୍ଦ୍ଧଶତକ । ଏହା ପୂର୍ବରୁ ଗେଲ ୧୧୦ ଅର୍ଦ୍ଧଶତକ ସହ ରେକର୍ଡର ଅଧିକାରୀ ହୋଇଥିଲେ । ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ୧୦୫ ଅର୍ଦ୍ଧଶତକ ସହ ତୃତୀୟ ସ୍ଥାନରେ ରହିଛନ୍ତି । ପାକିସ୍ତାନର ବାବର ଆଜମ(୧୦୧) ତାଙ୍କ ପଛକୁ ରହିଛନ୍ତି ।

ଗେଲଙ୍କ ନାମରେ ଏବେବି ଟି୨୦ରେ ସର୍ବାଧିକ ଶତକ ହାସଲ କରିବା ରେକର୍ଡ ରହିଛି । ସେ ୨୨ ଶତକ ଅର୍ଜନ କରିଛନ୍ତି । ୱାର୍ଣ୍ଣର ୮ ଶତକ ମାରିଛନ୍ତି । ସେ ଏଥିସହ ଅଷ୍ଟ୍ରେଲିଆ ପକ୍ଷରୁ ଟି୨୦ କ୍ରିକେଟରେ ସର୍ବାଧିକ ରନ ହାସଲକାରୀ ବ୍ୟାଟ୍ସମ୍ୟାନ ହୋଇଛନ୍ତି ।

Comments are closed.