Latest Odisha News

BREAKING NEWS

୨୦୨୪ ଲୋକସଭା ନିର୍ବାଚନରେ ନିର୍ବାଚିତ ହୋଇଛନ୍ତି ୨୪ ମୁସଲମାନ ସାଂସଦ

ନୂଆଦିଲ୍ଲୀ: ଗଣତନ୍ତ୍ରର ମହାପର୍ବ ଭାରତରେ ଏବେ ଶେଷ ହୋଇଛି । ଏନଡିଏ ମେଂଟ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଗଠନ କରିବା ସ୍ପଷ୍ଟ ହୋଇଛି । ୨୦୨୪ ନିର୍ବାଚନରେ ଭିନ୍ନ ଭିନ୍ନ ଦଳରୁ ୨୪ ମୁସଲମାନ ସାଂସଦ ନିର୍ବାଚିତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୟୁସୁଫ ପଠାନ, ଇକରା ଚୌଧୁରୀଙ୍କ ପରି ନେତା ରହିଛନ୍ତି । କ୍ରିକେଟରରୁ ନେତା ହୋଇଥିବା ୟୁସୁଫ ପଶ୍ଚିମବଙ୍ଗର ବହରାମପୁରରୁ ଟିଏମସି ପ୍ରାର୍ଥୀ ହୋଇଥିଲେ । ସେ କଂଗ୍ରେସର ତୁଙ୍ଗ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ପରାସ୍ତ କରିଥିଲେ । ଏଆଇଏମଆଇଏମ ମୂଖ୍ୟ ଅସଉଦ୍ଦିନ ଓୱେଶୀ ହାଇଦ୍ରାବାଦରୁ ବିଜେପି ନେତା ମାଧବୀ ଲତାଙ୍କୁ ୩ଲକ୍ଷରୁ ଊର୍ଦ୍ଧ୍ୱ ଭୋଟରେ ପରାଜିତ କରିଛନ୍ତି । ଲଦାଖରେ ନିର୍ଦ୍ଦଳୀୟ ପ୍ରାର୍ଥୀ ମହମ୍ମଦ ହନୀଫା କଂଗ୍ରେସର ଜମ୍ୟାଙ୍ଗ ତୋସେରିଙ୍ଗଙ୍କୁ ପରାସ୍ତ କରିଥିଲେ ।

ଆସନ୍ତୁ ନଜର ପକାଇବା କେଉଁ ଦଳରୁ କେତେ ଜଣ ମୁସଲିମ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । କଂଗ୍ରେସରୁ ରକୀବୁଲ ହୁସେନ(ଧୁବରୀ), ମହମ୍ମଦ ଜାଭେଦ(କିଶନଗଂଜ), ତାରିକ ଅନୱର (କଟିହାର), ଶଫି ପରମ୍ବିଲ (ବଡକାରା), ଇମ୍ରାନ ମସୁଦ( ସହରାନପୁର), ଈଶା ଖାଁ ଚୌଧୁରୀ (ମାଲଦାହ ଦକ୍ଷିଣ) ଓ ମହମ୍ମଦ ଇମଦୁଲ୍ଲାହ ସଏଦ(ଲକ୍ଷଦ୍ୱୀପ) । ସମାଜବାଦୀ ପାର୍ଟିରୁ ଇକରା ଚୌଧୁରୀ, ମୋହବୁଲ୍ଲାହ, ଜିୟା ଉର ରହେମାନ ଓ ଅଫଜାଲ ଅନ୍ସାରୀ ଜିତିଛନ୍ତି । ସେହିପରି ଟିଏମସିରୁ ଖଲୀଲୁର ରହେମାନ, ୟୁସୁଫ ପଠାନ, ଅବୁ ତାହେର ଖାଁ, ଏସକେ ନୁରୁଲା ଇସଲାମ ଓ ସଜଦା ଅହମ୍ମଦ ରହିଛନ୍ତି । ଆଇୟୁଏମଏଲରୁ ଇଟି ମହମ୍ମଦ ବଶୀର, ଏମପି ଅବଦୁରସଦମଦ ସମଦାନୀ ଓ କେ ନୱାସ୍କାନୀ ଜିତିଥିବା ବେଳେ ଏଆଇଏମଆଇଏମରୁ ଅସଦୁଦ୍ଦିନ ଓୱେସୀ ଏବଂ ନିର୍ଦ୍ଦଳୀୟ ଭାବେ ଅବଦୁଲ ରଶିଦ ଶେଖ ଓ ମହମ୍ମଦ ହନୀଫା ବିଜୟ ହାସଲ କରିଛନ୍ତି । ନ୍ୟାଶନାଲ କନଫେରେନ୍ସର ଆଗା ସଏଦ ରୁହୁଲ୍ଲାଲାହ ମେହେଦୀ ଓ ମିୟାଁ ଅଲତାଫ ଅହମ୍ମଦ ଜିତିଛନ୍ତି ।

Comments are closed.