Latest Odisha News

BREAKING NEWS

ପରଲୋକରେ ରାମୋଜୀ ଗ୍ରୁପ ପ୍ରତିଷ୍ଠାତା ରାମୋଜୀ ରାଓ

ହାଇଦ୍ରାବାଦ: ଆଉ ନାହାଁନ୍ତି ରାମୋଜୀ ଗ୍ରୁପ ତଥା ବିଶ୍ବର ସର୍ବବୃହତ୍ତ ଫିଲ୍ମସିଟି ‘ରାମୋଜୀ ଫିଲ୍ମସିଟି’ର ପ୍ରତିଷ୍ଠାତା ରାମୋଜୀ ରାଓ । ଶୁକ୍ରବାର ସ୍ବାସ୍ଥ୍ୟାଗତ ସମସ୍ୟା ଦେଖାଯିବା ପରେ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ଭୋର ୪ ଟା ୫୦ରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା ।

ଗଣମାଧ୍ୟମ, ସିନେମା ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ୨୦୧୬ରେ ‘ପଦ୍ମବିଭୂଷଣ’ରେ ସମ୍ମାନିତ କରାଯାଇଥିଲା । ତାଙ୍କ ବିୟୋଗରେ ବରିଷ୍ଠ ବିଜେପି ନେତା ଜି କିଶନ ରେଡ୍ଡି ଶୋକ ବ୍ୟକ୍ତ କରିଛନ୍ତି । ‘ଏକ୍ସ’ରେ ପୋଷ୍ଟ କରି ଲେଖିଛନ୍ତି ରାମୋଜୀ ରାଓଙ୍କ ନିଧନରେ ମୁଁ ବହୁତ ଦୁଃଖୀ ଅଟେ । ତେଲୁଗୁ ଗଣମାଧ୍ୟମ, ସିନେମା ଓ ସାହିତ୍ୟ ଜଗତରେ ତାଙ୍କର ଉଲ୍ଲେଖନୀୟ ଅବାଦନ ରହିଛି । ଶୋକ ସନ୍ତପ ପରିବାରକୁ ଭଗବାନ ଧର୍ଯ୍ୟ ଦିଅନ୍ତୁ ।

ଏହା ବ୍ୟତୀତ ବହୁ ବ୍ୟକ୍ତି ବିଶେଷ ରାଓଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଆଜି ଅପରାହ୍ନରେ ଜୁବିଲି ହିଲ୍ସସ୍ଥିତ ମହାପ୍ରସ୍ଥାନମ୍ ଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ।

Comments are closed.