Latest Odisha News

BREAKING NEWS

ଛତିଶଗଡ଼ ନାରାୟଣପୁରରେ ବଡ଼ ଧରଣର ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୭ ମାଓବାଦୀ ନିହତ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ ନାରାୟଣପୁରରେ ବଡ଼ ଧରଣର ଏନକାଉଣ୍ଟର । ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ୭ ଜଣ ମାଓବାଦୀ ନିହତ ହୋଇଥିବାବେଳେ, ୩ଜଣ ଡିଆରଜି ଯବାନ ଆହତ ମଧ୍ୟ ହୋଇଛନ୍ତି ।

ଖବରମୁତାବକ, ଶୁକ୍ରବାର ନାରାୟଣପୁରରେ ବିଏସଏଫ୍ କ୍ୟାମ୍ପ ଉପରକୁ ପ୍ରଥମେ ରକେର୍ଡମାଡ କରିଥିଲେ ମାଓବାଦୀ । ଏହାପରେ ସେନା ପକ୍ଷରୁ ପାଲଟା ଯବାବରେ ଛତ୍ରଭଙ୍ଗ କରିଥିଲେ ମାଓବାଦୀ । ହେଲେ ଘଟଣାସ୍ଥଳରେ ନାରାୟଣପୁର, କୋଣ୍ଡାଗାଓଁ, ଦାନ୍ତେୱାଡା, ବସ୍ତର ଅଞ୍ଚଳର ଡିଆରଜି ଏବଂ ଆଇଟିବିପି ୪୫ ବାଟାଲିୟନ ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ କରାଯାଇଥିଲା ।

ଏହି ସମୟରେ ପ୍ରଥମେ ଗୁଳିମାଡ଼ କରିଥିଲେ ମାଓବାଦୀ । ପାଲଟା ଜବାବରେ ସୁରକ୍ଷା ବାହିନୀ ମଧ୍ୟ ଗୁଳିମାଡ଼ କରିଥିଲା । ଦୀର୍ଘ ସମୟ ଧରି ଉଭୟ ପକ୍ଷ ପକ୍ଷରୁ ଗୁଳିବିନିମୟ ଜାରି ରହିଥିଲା । ଯେଉଁଥିରେ ୭ ମାଓବାଦୀ ନିହତ ହୋଇଥିବା ସୂଚନା ରହିଛି ।

ଘଟଣାସ୍ଥଳରୁ ସମସ୍ତ ମୃତଦେହ ଜବତ କରାଯାଇଛି । ସେପଟେ ଆହତ ହୋଇଥିବା ୩ ଯବାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି ।

Comments are closed.