Latest Odisha News

BREAKING NEWS

୩ ଦିନ ହେଲା ନିଖୋଜ ଥିବା ମହିଳା ମିଳିଲେ ଅଜଗର ପେଟରୁ

ନୂଆଦିଲ୍ଲୀ: ଇଣ୍ଡୋନେସିଆରୁ ଏକ ଆଶ୍ଚର୍ଯ୍ୟଚକିତ କରିବା ଖବର ହସ୍ତଗତ ହୋଇଛି । ଏଠାରେ ଜଣେ ମହିଳା ୩ ଦିନ ହେବ ନିଖୋଜ ଥିଲେ । ବହୁତ ଖୋଜାଖୋଜି କରିବା ପରେ ପରିବାର ଲୋକ ତାଙ୍କୁ ପାଇ ନ ଥିଲେ । ବହୁତ ଖୋଜାଖୋଜି କରିବା ପରେ ତାଙ୍କର କିଛି ବ୍ୟବହୃତ ସାମଗ୍ରୀ ମିଳିଥିଲା । ଏହି ସମୟରେ ଏକ ୧୬ ଫୁଟ ଲମ୍ବା ଅଜଗର ଶୋଇଥିବା ଦେଖିବାକୁ ପାଇଥିଲେ । ତାର ପେଟ ଫୁଲି କରି ଥିଲା । ଗ୍ରାମମୂଖିଆଙ୍କ ପରାମର୍ଶ ପରେ ସେମାନେ ଅଜଗର ପେଟ କାଟିବା ପରେ ୪୫ ବର୍ଷୀୟା ଫରୀଦାଙ୍କ ସମ୍ପୂର୍ଣ୍ଣ ଶରୀର ଦେଖିବାକୁ ପାଇଥିଲେ । ସମ୍ପୂର୍ଣ୍ଣ କପଡା ସହ ଫରୀଦା ଅଜଗର ପେଟ ଭିତରେ ଥିଲେ ।

ଇଣ୍ଡୋନେସିଆରେ ଅଜଗର ମଣିଷକୁ ଗିଳି ଦେବା ନୂଆ କଥା ନୁହେଁ । ଏହା ଅବଶ୍ୟ ବହୂତ କମ ଦେଖିବାକୁ ମିଳିଥାଏ । ଗତ ବର୍ଷ ଦକ୍ଷିଣପୂର୍ବ ସୁଲୋବେସୀରେ ଗ୍ରାମବାସୀ ଏକ ୮ ଫୁଟ ଅଜଗରକୁ ମାରି ଦେଇଥିଲେ । ଉକ୍ତ ଅଜଗରଟି ଜଣେ କୃଷକକୁ ଗିଳି ଦେଇଥିଲା । ଫରୀଦାଙ୍କୁ କିନ୍ତୁ ବଂଚାଯିବା ସମ୍ଭବପର ହୋଇ ନ ଥିଲା । ଇଣ୍ଡୋନେସିଆରେ ଅଜଗରକୁ ଆବଶ୍ୟକ ନ ଥିଲେ ସ୍ଥାନୀୟ ବାସିନ୍ଦା ମାରନ୍ତି ନାହିଁ ।

Comments are closed.