Latest Odisha News

BREAKING NEWS

ବାଲୁକା ଚିତ୍ରକଳା ମାଧ୍ୟମରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା

ପୁରୀ: ମୋହନ ମାଝୀ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା ହେବା ପରେ ଚାରି ଆଡୁ ଶୁଭେଚ୍ଛାର ସୁ୍ଅ ଛୁଟୁଛି। ବାଲୁକା ଚିତ୍ରକଳା ମାଧ୍ୟମରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଦିଆଯାଇଛି। ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଆଜି ଶପଥ ଗ୍ରହଣ କରିବାକୁ ଯାଉଥିବା ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝି ଓ ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପୁରୀ ବେଳାଭୂମିରେ ବାଲୁକା କଳାରେ ଅଭିନନ୍ଦନ ଜଣାଇଛନ୍ତି ସୁଦର୍ଶନ । ଏହି ଦିନକୁ ଐତିହାସିକ ଦିନ ଭାବରେ ବାଲୁକା କଳା ମାଧ୍ୟମରେ ସେ ଉପସ୍ଥାପନ କରିଛନ୍ତି। ମୋଦୀ ଓ ମୋହନ ମାଝୀଙ୍କ ବାଲୁକା ଚିତ୍ର ସହ ଓଡ଼ିଶାର ଗୌରବ କୋଣାର୍କ ଚକ୍ରକୁ ନିଜ ବାଲୁକାକଳାରେ ସ୍ଥାନ ଦେଇ ସେ ଅଭିନନ୍ଦନ ଜଣାଇଛନ୍ତି।

 

Comments are closed.