Latest Odisha News

BREAKING NEWS

ପ୍ୟାରିସ ଅଲିମ୍ପିକ୍ସରେ ଖେଳିବେନି ଲିଓନେଲ ମେସୀ

ପ୍ୟାରିସ: ବିଶ୍ୱର ମହାନ ଫୁଟବଲ ଖେଳାଳି ଲିଓନେଲ ମେସୀ ପ୍ୟାରିସ ଅଲିମ୍ପିକ୍ସରେ ଖେଳିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଆର୍ଜେଂଟିନାର ଏହି ୩୬ ବର୍ଷୀୟ ଷ୍ଟାର ଖେଳାଳି ବୟସ ଏବଂ ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ଯୋଗୁ ପ୍ରତ୍ୟେକ ଟୁର୍ଣ୍ଣାମେଂଟରେ ଖେଳିବା ସମ୍ଭବପର ନୁହେଁ । ଏହା ମୋ ପାଇଁ ଏକ କଠିନ ନିଷ୍ପତି ଥିଲା ବୋଲି ସେ କହିଛନ୍ତି । ମେସୀ ଏବଂ କୋପା ଆମେରିକାରେ ଖେଳିବା ନେଇ ବ୍ୟସ୍ତ ଅଛନ୍ତି । ଜୁନ ୨୦ର ୁ ଜୁଲାଇ ୧୪ ପର୍ଯ୍ୟନ୍ତ ଏହା ଆମେରିକାରେ ଆୟୋଜିତ ହେବ । ଅଲିମ୍ପିକ୍ସରେ ମେସୀଙ୍କ ଅଭାବ ସମ୍ପୂର୍ଣ୍ଣ ଭାବେ ପରିଲକ୍ଷିତ ହେବ ବୋଲି ଆର୍ଜେଂଟିନାର ଫୁଟବଲ ପ୍ରେମୀ କହିଛନ୍ତି ।

ଆର୍ଜେଂଟିନାର ୨୩ ବର୍ଷରୁ କମ ଦଳର କୋଚ ଜେଭିୟର ମାଶଚେରାନୋ ମଧ୍ୟ ମେସୀଙ୍କ ନିଷ୍ପତିକୁ ସ୍ୱାଗତ କରିଛନ୍ତି । ଏହି ଅବସରରେ ମେସୀ କେବେ ଅବସର ନେବେ ସେ ନେଇ ମଧ୍ୟ ସୂଚନା ଦେଇଛନ୍ତି । ସେ କହିଛନ୍ତି ଇଂଟର ମିୟାମି କ୍ଲବ ସହିତ ରହିଥିବା ଅବସ୍ଥାରେ ଅବସର ଘୋଷଣା କରିବି ବୋଲି କହିଛନ୍ତି ।

Comments are closed.