Latest Odisha News

ମୋଦି ୩.୦: ପୁନଃ ନିଯୁକ୍ତି ପାଇଲେ ଅଜିତ ଡୋଭାଲ ଓ ପିକେ ମିଶ୍ର

ନୂଆଦିଲ୍ଲୀ: ଦେଶରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି ନରେନ୍ଦ୍ର ମୋଦି । ମୋଦିଙ୍କ ସମେତ ୭୨ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ସେମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିସାରିଥିବାବେଳେ, ଗୃହ, ପ୍ରତିରକ୍ଷା, ବୈଦେଶିକ ବ୍ୟାପାର, ଅର୍ଥ, ରେଳ, ଶିକ୍ଷା ଭଳି ମନ୍ତ୍ରଣାଳୟ ମୋଦିଙ୍କ ଦ୍ୱିତୀୟ କାର୍ଯ୍ୟକାଳର ନେତାଙ୍କ ଦ୍ୱାରା ପରିଚାଳିତ ହେଉଥିବା ଦେଖିବାକୁ ମିଳିଛି । ସେହିପରି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଓଡିଆ ପୁଅ ପିକେ ମିଶ୍ରଙ୍କୁ ପୁନଃ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର ।

ଏନେଇ ଆଜି ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି । ଏହାକୁ ମିଶାଇ ଲଗାତାର ତୃତୀୟ ଥର ପାଇଁ ଅଜିତ୍ ଡୋଭାଲ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ହେଇଛନ୍ତି । ୧୯୬୮ କେରଳ କ୍ୟାଡରର ଆଇପିଏସ ଅଫିସର ହେଉଛନ୍ତି ଅଜିତ ଡୋଭାଲ ।

ପିକେ ମିଶ୍ର ହେଉଛନ୍ତି ଗୁଜରାଟ କ୍ୟାଡରର ପୂର୍ବତନ ଆଇଏଏସ ଓ ଓଡ଼ିଆ ପୁଅ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ଭାବେ ୨୦୧୯ରୁ କାର୍ଯ୍ୟ କରୁଛନ୍ତି । ତେବେ ଏଥରକୁ ମିଶାଇ ମୋଦି ସରକାରରେ ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତି ପାଇଛନ୍ତି । ଉଭୟଙ୍କୁ ପୂର୍ବ ଭଳି କ୍ୟାବିନେଟ ମନ୍ତ୍ରୀର ପାହ୍ୟା ମିଳିଛି ।

Comments are closed.