Latest Odisha News

BREAKING NEWS

ଶାକିବ କହିଲେ ସେହ୍ୱାଗ କିଏ

ନ୍ୟୁୟର୍କ: ଚଳିତ ଟି୨୦ ବିଶ୍ୱକପରେ ବାଂଲାଦେଶର ଶକୀବ ଉଲ ହାସନଙ୍କ ପ୍ରଦର୍ଶନ ସେ ଭଳି ସନ୍ତୋଷଜନକ ରହି ନାହିଁ । ତାଙ୍କ ଫର୍ମକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । ନେଦରଲାଣ୍ଡ ବିପକ୍ଷରେ ସେ ମ୍ୟାଚ ବିଜୟୀ ଇନିଂସ ଖେଳି ସମସ୍ତଙ୍କ ମୁହଁ ବନ୍ଦ କରି ଦେଇଛନ୍ତି । ଏହା ପୂର୍ବରୁ ଭାରତର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗ ମଧ୍ୟ ତାଙ୍କ ଫର୍ମକୁ ନେଇ ସମାଲୋଚନା କରିଥିଲେ । ଏପରିକି ସେ ଶକୀବ ଟି୨୦ରୁ ଅବସର ନେଇଯିବା ଉଚିତ ବୋଲି କହିଥିଲେ । ନେଦରଲାଣ୍ଡ ବିପକ୍ଷ ମ୍ୟାଚ ପରେ ଏ ସମ୍ପର୍କରେ ତାଙ୍କୁ ପଚରାଯିବାରୁ ସେ କହିଥିଲେ, ସେହ୍ୱାଗ କିଏ ? ତାଙ୍କର ଏହି ଉତର ଏବେ ଭାଇରାଲ ହେବାରେ ଲାଗିଛି ।

ସୋସିଆଲ ମିଡିଆରେ ସେହ୍ୱାଗଙ୍କ ବିସ୍ଫୋରକ ଶଟ ସହ ତାଙ୍କ ପ୍ରଶଂସକମାନେ ଏହାର ଜବାବ ଦେବାରେ ଲାଗିଛନ୍ତି । ଶାକିବ ପ୍ରେସ ମିଟରେ କହିଥିଲେ ଜଣେ ଖେଳାଳି କେବଳ ତାର ପ୍ରଦର୍ଶନ ମାଧ୍ୟମରେ ସମାଲୋଚକଙ୍କ ମୁହଁ ବନ୍ଦ କରିହେବ । ନେଦରଲାଣ୍ଡ ବିପକ୍ଷ ମ୍ୟାଚରେ ଫର୍ମକୁ ଫେରିଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

Comments are closed.