Latest Odisha News

BREAKING NEWS

ବିଏସ୍ ୟେଦିୟୁରପ୍ପାଙ୍କୁ ଆଶ୍ବସ୍ତି; ଗିରଫଦାରୀ ଉପରେ ରୋକ ଲଗାଇଲେ ହାଇକୋର୍ଟ

ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପାଙ୍କୁ ଆଶ୍ବସ୍ତି । ପୋକ୍ସୋ ମାମଲାରେ ଆଜି ତାଙ୍କୁ ଏକ ବଡ଼ ଆଶ୍ବସ୍ତି ମିଳିଛି । ହାଇକୋର୍ଟ ତାଙ୍କୁ ତଦନ୍ତରେ ଯୋଗଦେବାକୁ ନିର୍ଦ୍ଦେଶ ଦେବାସହ ତାଙ୍କ ଗିରଫଦାରୀକୁ ସ୍ଥଗିତ ରଖିଛନ୍ତି । ଜୁନ୍ ୧୭ ରେ ତାଙ୍କୁ ସିଆଇଡିରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଜୁନିଅର ବିଏସ୍ ୟେଦିୟୁରପ୍ପା କୋର୍ଟରେ ଉତ୍ତର ରଖିଛନ୍ତି ଯେ, ସେ ଜୁନ୍ ୧୭ ରେ ସିଆଇଡିରେ ହାଜର ହେବେ । ଏହା ପରେ ଗିରଫ ଏବଂ ତଦନ୍ତର ଆବଶ୍ୟକତା ନାହିଁ ବୋଲି ଶୁକ୍ରବାର ଦିନ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

କହିରଖୁଛୁଯେ, ଏହା ପୂର୍ବରୁ କୋର୍ଟ ପୋଲିସର ଯାଚିକାକୁ ମଞ୍ଜୁର କରିଥିଲେ ଏବଂ ୟେଦିୟୁରପ୍ପାଙ୍କ ବିରୋଧରେ ପୋକ୍ସୋ ମାମଲାରେ ୱାରେଣ୍ଟ ଜାରି କରିଥିଲେ । ୟେଦିୟୁରପ୍ପାଙ୍କ ଦ୍ବାରା କେସ୍ ରଦ୍ଦ କରିବା ଦାବି ଦାଖଲ ହୋଇଥିବା ଆବେଦନ ଉପରେ ଆଜି ଜଷ୍ଟିସ କୃଷ୍ଣା ଏସ୍ ଦୀକ୍ଷିତଙ୍କ ଏକ ସଦସ୍ୟ ବିଶିଷ୍ଟ ବେଞ୍ଚରେ ଶୁଣାଣି ହୋଇଛି ଏବଂ ମାର୍ଚ୍ଚ ୨୮ ରେ ପୋଲିସ ସିଆରପିସି ର ଧାରା ୪୧ଏ ଅନୁଯାୟୀ ବିଜ୍ଞପ୍ତି ଜାରି କରିଛି ।

ସୂଚନା ଅନୁଯାୟୀ, ଚଳିତ ବର୍ଷ ଫେବୃଆରୀ ୨ ତାରିଖରେ ୟେଦିୟୁରପ୍ପା ତାଙ୍କ ବାସଭବନରେ ସାକ୍ଷାତ ସମୟରେ ତାଙ୍କ ଝିଅକୁ ଯୌନ ନିର୍ଯାତନା ଦେଇଥିଲେ ବୋଲି ଜଣେ ୧୭ ବର୍ଷୀୟା ନାବାଳିକାଙ୍କ ମା’ ଅଭିଯୋଗ କରିଥିଲେ । ମହିଳାଙ୍କ ବୟାନକୁ ଭିତ୍ତି କରି ୟେଦିୟୁରପ୍ପାଙ୍କ ବିରୋଧରେ ଯୌନ ଅପରାଧରୁ ଶିଶୁ ସୁରକ୍ଷା (ପୋକ୍ସୋ) ଏବଂ ଭାରତୀୟ ଦଣ୍ଡବିଧି ସଂହିତାର ଧାରା ୩୫୪ଏ (ଯୌନ ଉତ୍ପୀଡ଼ନ) ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା ।

Comments are closed.