ଭୁବନେଶ୍ୱର: ବେଙ୍ଗାଲୁରର ଶ୍ରୀ କାନ୍ତିରାଭା ଷ୍ଟାଡିୟମରେ ଇଣ୍ଡିଆନ ଗ୍ରାଁ ପ୍ରି ୩ ଆଥଲେଟିକ୍ସ ଅନୁଷ୍ଠିତ ହେଉଛି । ଏଥିରେ ଓଡିଶା ରିଲାଏନ୍ସ ଫାଉଣ୍ଡେସନର ଆଥଲେଟମାନେ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ସ୍ୱାଧୀନ ମାଝୀ ପୁରୁଷ ହାଇଜମ୍ପରେ ପ୍ରଶଂସନୀୟ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ୨.୧୦ ମିଟର ଉଚ୍ଚତାକୁ ଜମ୍ପ କରିଥିଲେ । ପୁରୁଷ ୧୦୦ ମିଟରରେ ମହେନ୍ଦ୍ର ସାନ୍ତା ଏବଂ ମହିଳା ୧୦୦ ମିଟରରେ ସବିତା ଟପ୍ପୋ ରୌପ୍ୟ ପଦକ ହାସଲ କରିଛନ୍ତି । ସେମାନେ ଯଥାକ୍ରମେ ୧୦.୬୬ ସେକେଣ୍ଡ ଓ ୧୪.୩୧ ସେକେଣ୍ଡ ସମୟ ନେଇଥିଲେ ।
ପୁରୁଷ ୮୦୦ ମିଟରରେ ଦେବାଶୀଷ ପଟ୍ଟନାୟକ ୧ ମିନିଟ ୫୩.୭୨ ସେକେଣ୍ଡରେ ରେସ ସମ୍ପୂର୍ଣ୍ଣ କରି ରୌପ୍ୟ ପଦକ ହାସଲ କରିଛନ୍ତି । ସୁଖୀ ବାସ୍କେ ୧୦୦ ମିଟରରେ ଏବଂ ରମନଦୀପ କୌର ୪୦୦ ମିଟରରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ଆଥଲେଟଙ୍କ ପ୍ରଦର୍ଶନ ନେଇ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।
Comments are closed.