Latest Odisha News

BREAKING NEWS

ମହାତ୍ମା ଗାନ୍ଧୀଙ୍କ ସହ ସର୍ଦ୍ଦାର ପଟେଲ ଓଡ଼ିଶାର ଏହି ସ୍ଥାନକୁ ଆସିଥିଲେ, ଜାଣନ୍ତୁ

ଭୁବନେଶ୍ୱର: ଭାରତର ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ୧୯୩୮ ମସିହାରେ ମହାତ୍ମା ଗାନ୍ଧୀଙ୍କ ସହ ମିଶି ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରେ ଏକ କୃଷି ଓ ଗ୍ରାମ୍ୟ ଉଦ୍ୟମ ପ୍ରଦର୍ଶନୀରେ ଭାଗ ନେଇଥିଲେ ।

ସ୍ୱାଧୀନ ଭାରତର ପ୍ରଥମ ଗୃହମନ୍ତ୍ରୀ ହୋଇଥିବା ସର୍ଦ୍ଦାର ପଟେଲଙ୍କର ଏହା ଏକମାତ୍ର ଓଡ଼ିଶା ଗସ୍ତ ଥିଲା । ଦେଶର ଅନ୍ୟ ରାଜ୍ୟଙ୍କ ଭଳି ଓଡ଼ିଶା ମଧ୍ୟ ଆଜି ସର୍ଦ୍ଦାର ପଟେଲଙ୍କର ୧୪୪ ତମ ଜନ୍ମଜୟନ୍ତୀ ପାଳନ କରୁଛି ।

ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମହାନ ରାଷ୍ଟ୍ରନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ଲେଖିଛନ୍ତି ଯେ, ” ଭାରତର ଲୌହ ପୁରୁଷ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ତାଙ୍କ ଜନ୍ମ ଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି । ଭାରତକୁ ଶକ୍ତିଶାଳୀ କରିବାରେ ତାଙ୍କର ଅବଦାନକୁ ଏଦେଶ ସବୁଦିନ ମନେ ରଖିବ ।

ଏହାଛଡା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଦିନକୁ ସ୍ମରଣୀୟ କରିବା ପାଇଁ ଗୁରୁବାର ଦିନ ଭୁବନେଶ୍ୱରରେ ‘ରନ ଫର ୟୁନିଟି’ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି ।

ଦେଶର ପ୍ରଥମ ଗୃହ ମନ୍ତ୍ରୀ ଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲକୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ତାଙ୍କ ଜନ୍ମଦିବସକୁ ସାରା ଭାରତରେ ‘ନ୍ୟାସନାଲ ୟୁନିଟି ଡେ’ ବା ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ କରାଯାଉଛି ।

ସୂଚନାଯୋଗ୍ୟ, ସର୍ଦ୍ଦାର ପଟେଲ ମହାତ୍ମା ଗାନ୍ଧୀଙ୍କ ସଂସ୍ପର୍ଶରେ ଆସିବା ପରେ ୧୯୭୧ ମସିହାରେ ଭାରତର ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ ।

୧୯୨୦ ମସିହାରେ ସର୍ଦ୍ଦାରଙ୍କୁ ଗୁଜୁରାଟ ପ୍ରଦେଶ କଂଗ୍ରେସ ସମିତିର ଅଧ୍ୟକ୍ଷ ଭାବେ ଚୟନ କରାଯାଇଥିଲା । ଏବଂ ସେ ଜାତିବାଦ, ଛୁଆଁଛୁତି ଓ ନିଶା ବିରୋଧରେ ଲଢେଇ ଲଢ଼ିଥିଲେ।

ଆହୁରି ମଧ୍ୟ ସେ ମହାତ୍ମା ଗାନ୍ଧୀଙ୍କୁ ଅସହଯୋଗ ଆନ୍ଦୋଳନରେ ସମର୍ଥନ କରିବାକୁ ଯାଇ କେବଳ ଖଦି ବସ୍ତ୍ର ହିଁ ପରିଧାନ କରିବା ଆରମ୍ଭ କଲେ ।

୧୯୫୦ ମସିହା ଡିସେମ୍ବର ୧୫ ତାରିଖରର ତତ୍କାଳୀନ ବମ୍ବେ ଠାରେ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିଲା ।

Leave A Reply

Your email address will not be published.