Latest Odisha News

କାଳୀପୂଜାର ପଞ୍ଚମ ଦିନରେ ଜଗଧାତ୍ରୀ ବେଶରେ ପୂଜା ପାଉଛନ୍ତି ମା’ ଭଦ୍ରକାଳୀ !

ଭଦ୍ରକ: ପବିତ୍ର କାଳୀପୂଜା ଉପଲକ୍ଷେ ଭଦ୍ରକର ଅଧିଷ୍ଠାତ୍ରୀ ଦେବି ମା’ ଭଦ୍ରକାଳୀ ଆଜି ପଞ୍ଚମ ଦିନରେ ଜଗଧାତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ମା’ଙ୍କର ଏହି ବେଶକୁ ଦେଖିବା ପାଇଁ ସକାଳୁ ମନ୍ଦିର ପରିସରରେ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳୁଛି । ଭକ୍ତମାନେ ଧୂପ, ଦୀପ ନୈବେଦ୍ୟ ଦେଇ ମା’ଙ୍କର ଆଶୀର୍ବାଦ ଭିକ୍ଷା କରୁଛନ୍ତୁ ।

କିପରି ରହିଛି ଆଜି ମାଆଙ୍କ ବେଶ:

ମାଆ ଆଜି ଜଗଧାତ୍ରୀ ବେଶରେ ନାଲି ପାଟ ବସ୍ତ୍ର ପରିଧାନ କରିବା ସହ ରୂପା ଆଭୂଷଣରେ ସଜେଇ ହୋଇଛନ୍ତି । ମୁକୁଳା କେଶକୁ ଶାନ୍ତ ସ୍ୱରୂପ , ଅଧରରେ ହସ, ହାତରେ ଚକ୍ର ଧାରଣ କରିଛନ୍ତି ମାଆ ।

ମା’ ଜଗଧାତ୍ରୀ ପରମ ବୈଷ୍ଣବୀ ଓ ଜଗତ କଲ୍ୟାଣକାରୀ ଅଟନ୍ତି । ମାଙ୍କୁ ଦର୍ଶନ କରିବାକୁ ଆଜି ସକାଳୁ ଚଳଚଞ୍ଚଳ ହୋଇଉଠିଥିଲା ମା ଭଦ୍ରକାଳୀ ପୀଠ । ସକାଳ ୯ ଟା ସମୟରେ ପହଡ଼ ଖୋଲିବା ପରେ ସକାଳ ମଙ୍ଗଳ ଆଳତି ସହ ସୂର୍ଯ୍ୟ ପୂଜା ଅର୍ଚ୍ଚନା କରାଯିବା ପରେ ଆରମ୍ଭ ହୋଇଥିଲା ମାଙ୍କର ବେଶ ।

ପଞ୍ଚମ ଦିନରେ ମା ଜଗଧାତ୍ରୀ ବେଶରେ ଦର୍ଶନ ଦେଇଛନ୍ତି । ସେହିପରି ଷଷ୍ଠ ଦିନରେ ମା ଭଦ୍ରକାଳୀ ଶ୍ରଦ୍ଧାଳୁଙ୍କୁ ମହାସରସ୍ବତୀ ବେଶରେ ଦର୍ଶନ ଦେବେ ।

କାଳୀପୂଜାର ପ୍ରଥମ ଦିନରେ ମା’ ଭଦ୍ରାକାଳୀଙ୍କର ସପ୍ତମାତୃକା ବେଶର ଆରମ୍ଭ ହୋଇଛି ।

କାଳୀପୂଜା ସମୟରେ ସଂସାରରୁ ପାପର ବିନାଶ କରିବା ପାଇଁ ମନୁଷ୍ୟର ଗର୍ବ, ଅହଂକାର ଓ ଆସୁରିକ ପ୍ରବୃତ୍ତିକୁ ବିନାଶ କରି ସତ୍ୟ-ଧର୍ମର ବାର୍ତ୍ତା ଦେଇ ମା’ ଭଦ୍ରକାଳୀ ସପ୍ତମାତୃକା ରୂପରେ ଭକ୍ତଗଣଙ୍କୁ ଦର୍ଶନ ଦେବେ।

Leave A Reply

Your email address will not be published.