Latest Odisha News

BREAKING NEWS

ପିଏମ୍‌-କିଶାନ ଯୋଜନା: ଭଦ୍ରକରେ ୧୩୯୫୪୩ ଚାଷୀ ଉପକୃତ, ବଳକା ୩୦ ହଜାର ଚାଷୀଙ୍କୁ ଉପାୟ ବତାଇଲେ କ୍ରୀଡା ମନ୍ତ୍ରୀ

ଭଦ୍ରକ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣାସୀରୁ ପିଏମ କିଷାନ ଟଙ୍କା ବଣ୍ଟନର ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ପିଏମ କିଷାନ ସମ୍ମାନ ନିଧିର ୧୭ ତମ କିସ୍ତିର ଅଧିନରେ ୯ କୋଟି ୨୬ ଲକ୍ଷ ଚାଷୀ ଙ୍କୁ ୨୦ ହଜାର କୋଟି ଟଙ୍କା ଡିବିଟି ଜରିଆରେ ଚାଷୀଙ୍କ ଖାତାକୁ ପଠାଯାଇଛି । ଏହି ଅବସରରେ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଶହୀଦ ସ୍ମୃତି ଭବନ ଠାରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ କ୍ରୀଡା ଓ ଯୁବ ସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇଥିଲେ । ତାଙ୍କ ସହ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ସାଂସଦ ଅଭିମନ୍ୟୁ ସେଠୀ, ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବନ୍ଦୋର ଓ ଜିଲ୍ଲା କୃଷି ଅଧିକାରୀ ଯୋଗ ଦେଇଥିଲେ ।

ଏହି ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ଭଦ୍ରକ ଜିଲ୍ଲାର ୧ ଲକ୍ଷ ୩୯ ହଜାର ୫୪୩ ଜଣ ଚାଷୀ ଉପକୃତ ହୋଇଛନ୍ତି । ଦେଶର ଜସ୍ୱଶୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ତୃତୀୟ ପାଳିରେ ଏହି ୧୭ ତମ କିସ୍ତିର ଟଙ୍କା ସିଧା ସଳଖ ଚାଷୀ ମାନଙ୍କ ଖାତାକୁ ଯାଇଥିବାରୁ ଅନେକ ଚାଷୀ ଉପକୃତ ହେଉଛନ୍ତି ବୋଲି କହିଛନ୍ତି ।

ସେହିପରି ଭଦ୍ରକ ଜିଲ୍ଲାରେ ଆହୁରି ୩୦ ହଜାର ଚାଷୀ ମାନଙ୍କ ଫର୍ମ ପଡ଼ି ରହିଛି, ସେହି ଚାଷୀ ମାନଙ୍କୁ ତୁରନ୍ତ ପିଏମ କିଷାନ ସମ୍ମାନ ନିଧି ଯୋଜନାରେ କିପରି ସାମିଲ ହୋଇ ପାରିବେ ସେ ନେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ମନ୍ତ୍ରୀ ।

Comments are closed.