Latest Odisha News

ସିକିମ୍‌ରେ ଭୂସ୍ଖଳନ ଘଟଣା: ଏବେ ସୁଦ୍ଧା ୧୨୦୦ରୁ ଅଧିକ ପର୍ଯ୍ୟଟକଙ୍କୁ ଉଦ୍ଧାର, ୬ ମୃତ

ଗାଙ୍ଗ୍‌ଟକ୍‌: ଉତ୍ତର ସିକ୍କିମର ମଙ୍ଗନ ଜିଲ୍ଲା ଲାଚୁଙ୍ଗ ଅଞ୍ଚଳରେ ୧୨ ତାରିଖରେ ହୋଇଥିଲା ବଡ଼ ଧରଣର ଭୂସ୍ଖଳନ । ଏହି ଭୂସ୍ଖଳନରେ ଫସି ରହିଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର ଜାରି ରହିଛି। ବର୍ତ୍ତମାନ ଭାରତୀୟ ସେନାକୁ ମିଳିଛି ବଡ଼ ସଫଳତା । ଭୂସ୍ଖଳନ ପରେ ଫସି ରହିଥିବା ୧୨ ଶହରୁ ଅଧିକ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି ଯବାନ । ଆଉ କିଛି ପର୍ଯ୍ୟଟକ ଫସି ରହିଥିବା ବେଳେ ଖୁବଶୀଘ୍ର ସେମାନଙ୍କୁ ଉଦ୍ଧାର କରାଯିବ ବୋଲି ସେନା ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ଭୂସ୍ଖଳନରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୋମବାର ପ୍ରଶାସନ ୬୪ ପର୍ଯ୍ୟଟକଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାବେ ଜିଲ୍ଲା ମୁଖ୍ୟାଳୟ ମଙ୍ଗନକୁ ସ୍ଥାନାନ୍ତର କରିଥିଲା। ଲଗାଣ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଥିବା ସୂଚନା ରହିଛି। ମଙ୍ଗନ ଜିଲ୍ଲା ଲାଚୁଙ୍ଗ ଅଞ୍ଚଳରେ ଫସିଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି।

ସୂଚନା ଥାଉକି ଚଳିତ ମାସ ୧୨ ତାରିଖରେ ଉତ୍ତର ସିକ୍କିମର ମଙ୍ଗନ ଜିଲ୍ଲା ଲାଚୁଙ୍ଗ ଅଞ୍ଚଳରେ ବଡ଼ ଧରଣର ଭୂସ୍ଖଳନ ହୋଇଥିଲା। ଯାହା ଫଳରେ ୧୨ ଶହରୁ ଅଧିକ ପର୍ଯ୍ୟଟକ ସେଠାରେ ଫସି ରହିଥିଲେ । ପ୍ରବଳ ବର୍ଷା କାରଣରୁ ଉଦ୍ଧାର କାର୍ଯ୍ୟ ବଡ଼ ଚାଲେଞ୍ଜ ରହିଥିଲା । ପ୍ରାୟ ୭ ଦିନର ଅପରେସନ ପରେ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସେନା ସହ ଏନଡିଆରଏଫ, ଏସଡିଆରଏଫ ଓ ବର୍ଡର ରୋଡ୍ ଅର୍ଗାନାଇଜେସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Comments are closed.