Latest Odisha News

BREAKING NEWS

ବିଧାନସଭାରେ କହିଲେ ମନ୍ତ୍ରୀ; ଚଳିତ ବର୍ଷ ବନ୍ୟାରେ ୭ ମୃତ, ୩୭ ଲକ୍ଷରୁ ଉର୍ଦ୍ଧ୍ୱ ପ୍ରଭାବିତ

ଭୁବନେଶ୍ୱର: ଚଳିତ ବର୍ଷ ଓଡ଼ିଶାର ୨୬ଟି ଜିଲ୍ଲାରେ ବନ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ମୋଟ ୩୭,୪୩,୯୪୩ ଜଣ ଲୋକ ପ୍ରଭାବିତ ହୋଇଛନ୍ତି ବୋଲି ଗୁରୁବାର ଦିନ ବିଧାନସଭାରେ ସୂଚନା ଦିଆଯାଇଛି।

ବିଧାୟକ ଟଙ୍କାଧର ତ୍ରିପାଠୀଙ୍କ ବନ୍ୟା ପ୍ରଭାବିତ ଲୋକଙ୍କୁ ସହାୟତା ପ୍ରଦାନ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ରଖିବା ସମୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ପ୍ରଦାନ କରିଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ ବନ୍ୟା ଓ ଅତ୍ୟଧିକ ବର୍ଷା ଯୋଗୁଁ ୭ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଏବଂ ୯୩ଟି ଗୃହପାଳିତ ପଶୁଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ମିଳିଛି। ଏହା ବ୍ୟତୀତ ରାଜ୍ୟବ୍ୟାପୀ ୨,୧୨,୫୩୩ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଥିବା ଏବଂ ୧୮,୦୬୭ଟି ଘର କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ବ୍ୟକ୍ତିଗତ ସମ୍ପତ୍ତି କ୍ଷୟକ୍ଷତି ପାଇଁ କ୍ଷତିପୂରଣ ବାବଦରେ SDRF ନିୟମାବଳୀ ଅନୁଯାୟୀ ଜିଲ୍ଲାଗୁଡ଼ିକୁ ୨୩୪ କୋଟି ୮୪ ଲକ୍ଷ ୮୬ ହଜାର ଟଙ୍କା ମଞ୍ଜୁର କରାଯାଇଛି। ଏଥିମଧ୍ୟରୁ ଘର ନିର୍ମାଣ ସହାୟତା ପାଇଁ ୩୩.୬୩ କୋଟି ଟଙ୍କା ଏବଂ ଫସଲ କ୍ଷତି ସହାୟତା ପାଇଁ ୧୫୧.୯୬ କୋଟି ଟଙ୍କା ପ୍ରଦାନ କରାଯାଇଛି।

Comments are closed.