ବ୍ୟୁରୋ: ରିଲିଜ୍ ହୋଇଛି ବହୁ ପ୍ରତିକ୍ଷିତ ତେଲୁଗୁ ଆକ୍ସନ ଡ୍ରାମା ଫିଲ୍ମ ‘ଦ ପାରାଡାଇଜ୍’ । ପୁଣି ନିଜ ଆକ୍ସନ ହିରୋ ଅବତାରରେ ନଜର ଆସିଛନ୍ତି ସାଉଥ୍ ସୁପରଷ୍ଟାର୍ ନାନୀ । ଶ୍ରୀକାନ୍ତ ଓଡେଲାଙ୍କ ନିର୍ଦ୍ଦେଶିତ ‘ଦ ପାରାଡାଇଜ୍’ରେ ଅନ୍ୟାନ୍ୟ ଭାଇଟାଲ୍ ରୋଲରେ କୟାଦୁ ଲୋହରା ଓ ରାଘବ ଜୋଏଲ ନଜର ଆସିଛନ୍ତି । ୧୯୮୦ ଦଶକର ସିକନ୍ଦରାବାଦ୍ ପୃଷ୍ଠଭୂମି ଉପରେ କାହାଣୀ ଆଧାରତି ହୋଇଛି । ଏକ ଅବହେଳିତ ଜନଜାତି ବ୍ୟବସ୍ଥାଗତ ଶୋଷଣକୁ ଚାଲେଂଜ କରିବା ସହ ଭେଦଭାବ ବିରୁଦ୍ଧରେ ଲଢେଇ କରୁଛନ୍ତି । ଏବଂ ଜଣେ ଅପ୍ରତ୍ୟାଶିତ ନେତାଙ୍କ ମାର୍ଗଦର୍ଶନରେ କିପରି ନାଗରିକତ୍ୱ ପାଇଁ ସଂଘର୍ଷ କରୁଛନ୍ତି ତାହା କାହାଣୀର ମେନ୍ ପ୍ଲଟ୍ । ଫିଲ୍ମ‘ଦଶରା’ ପରେ ନିର୍ଦ୍ଦେଶକ ଶ୍ରୀକାନ୍ତ ଓଡେଲାଙ୍କ ସହ ନାନୀଙ୍କର ଏହା ହେଉଛି ଦ୍ୱିତୀୟ ପ୍ରୋଜେକ୍ଟା ଏଥିରେ ନାନୀ ‘ଜାଡାଲ୍’ ଭୂମିକାରେ ଅଭିନୟ କରିଛନ୍ତି । ଦୀର୍ଘ ଦିନ ଜେଲରେ ରହିବା ପରେ ଘରକୁ ଫେରି ନିଷ୍ଠୁର ଶୋଷଣକାରୀଙ୍କ ବିରୋଧରେ କେମିତି ପ୍ରତିଶୋଧ ନେଉଛନ୍ତି ତାହା ଦର୍ଶାଯାଇଛି । ଏହି ପ୍ରତିଶୋଧ ମୂଳକ କାହାଣୀର ଗୋଟେ ମା ପୁଅଙ୍କ ସମ୍ପର୍କକୁକ ବେଶି ଗୁରୁତ୍ୱ ଦିଆଯାଇଛି । ନାନୀଙ୍କ ଫ୍ୟୁରିଅସ ଅନ୍ଦାଜ୍ ସହ ଦୁଇଟି ବେଣୀ ପକାଇଥିବା ଲୁକ୍ ବି ନୂଆ ରହିଛି । ଏହି ଫିଲ୍ମ ଦ୍ୱାରା ପ୍ରଥମ ଥର ପାଇଁ ତେଲୁଗୁ ଇଣ୍ଡଷ୍ଟ୍ରୀରେ ପାଦ ରଖିଛନ୍ତି ଅଭିନେତା ରାଘବ ଜୁଏଲ । ଏଥିରେ ସେ ନେଗେଟିଭ୍ ରୋଲ୍ ପ୍ଲେ କରୁଛନ୍ତି । ଅଫିସିଆଲ ଷ୍ଟ୍ରିମିଂ ପାର୍ଟନର ରହିଛି ନେଟଫ୍ଲିକ୍ସ । ଏହା ପରବର୍ତୀ ସମୟରେ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ ବୋଲି ଚଳଚିତ୍ର ନିର୍ମାତା ଯୋଜନା ରଖିଛନ୍ତି । ଶ୍ରୀକାନ୍ତ ଓଡେଲାଙ୍କ ନିର୍ଦ୍ଦେଶିତ ଓ ନାନୀ ଅଭିନୀତ ଏହି ଉଚ୍ଚମାନର ଆକ୍ସନ ଫିଲ୍ମ ବକ୍ସ ଅଫିସରେ ଧମାଲ୍ କରିଛିି । ଦେଶବ୍ୟାପୀ ପ୍ରାୟ ୫ହଜାର ସ୍କ୍ରିନରେ ଫିଲ୍ମଟି ରିଲିଜ୍ ହୋଇଥିବା ବେଳେ ଫିଲ୍ମଟି ଭଲ ବ୍ୟବସାୟ କରିବ ବୋଲି ଆଶା ରଖିଛନ୍ତି ନିର୍ମାତା । ସେପଟେ ଫିଲ୍ମକୁ ମୋଟାମୋଟି ମିକ୍ସଡ ରେସପନ୍ସ ମିଳିଛି ।
BREAKING NEWS
- Owaisi slams Elon Musk: ‘ଗୋରା ଆସି ଭାରତକୁ ନିର୍ଦ୍ଦେଶ ଦେଇପାରିବନି…’, ମସ୍କଙ୍କୁ ଓୱେସୀଙ୍କ ଟାର୍ଗେଟ୍, ମୋଦୀଙ୍କୁ କହିଲେ ‘ବାଏ ବାଏ’ କୁହନ୍ତୁ…
- OCI Card: ଦେଶରୁ ବିଦେଶୀ ନାଗରିକଙ୍କୁ ଜୋରଜବରଦସ୍ତି ବାହାର କରାଯାଇପାରିବ କି? ପ୍ରତିବାଦରେ କ’ଣ ହୋଇପାରିବେନି ସାମିଲ୍? କ’ଣ କହୁଛି ନିୟମ…
- Durga Puja Toranas: ମାଆ ଆସୁଛନ୍ତି…ଦେଶୀ ବିଦେଶୀ କଳାକୃତିରେ ଝଲସୁଛି ତୋରଣ, ଭୁବନେଶ୍ୱରରେ ଜମିଲାଣି ଦୁର୍ଗାପୂଜାର ମାହୋଲ!
- ବଡ଼ ଷଡ଼ଯନ୍ତ୍ର! POKରେ ୫୦୦ ଆତଙ୍କବାଦୀ ଥିବା ଦାବି, ଶୀତ ପୂର୍ବରୁ ଅନୁପ୍ରବେଶ ଆଶଙ୍କା
- Mother of All Bombs: ଇରାନକୁ ଡରାଇବାକୁ ଟ୍ରମ୍ପଙ୍କ ମହାବିନାଶୀ ବୋମା ପ୍ଲାନ୍! ଗୋଟିଏ ବୋମାରେ ଥରିବ ତେହେରାନ?
- ୨୪ ବର୍ଷର ଶାସନଠାରୁ ବିରୋଧୀ ଦଳ ନେତା: ୮୦ ବର୍ଷ ବୟସରେ ବି ଅପରାଜେୟ ନବୀନଙ୍କ ଲୋକପ୍ରିୟତା
- PM Modi Canada visit: ଟ୍ରମ୍ପଙ୍କ ଟାରିଫ୍ ଝଟକା ଭିତରେ ଭାରତ ମୁହାଁ କାନାଡା! ଡିସେମ୍ବରରେ ମୋଦୀଙ୍କ ଗସ୍ତ, ୭୦ ବିଲିୟନ ଡଲାର ବାଣିଜ୍ୟ ଉପରେ ନଜର…
- ଚାଷୀଙ୍କ ସହ ଗୁହାଳରେ ଗୋବର ଉଠାଇଲେ ଜର୍ମାନୀ କୂଟନୀତିଜ୍ଞ ଓସୱାଲ୍ଡ
- ବିଜିପୁର ଫ୍ରୁଟ ଭେଣ୍ଡିଂ ଜୋନ୍ରେ ଭୟାବହ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା ୩ଟି ଫଳ ଦୋକାନ
- ଉତ୍କଳ ବିଶ୍ବବିଦ୍ୟାଳୟ କବ୍ଜା କଲା ABV: ସଭାପତି ପ୍ରାର୍ଥୀ ଅଭିରାମ ମିଶ୍ର ବିଜୟୀ, ଉପସଭାପତି ସହ ୨ଟି ସିଟ୍ ଜିତିଲା NSUI

Comments are closed.