Latest Odisha News

BREAKING NEWS

ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା ନିର୍ବାଚିତ

ଭୁବନେଶ୍ବର: ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲେ ବିଜେଡି ବିଧାୟକ ଦଳର ନେତା। ଆଜି ବିଧାୟକ ଦଳର ବୈଠକରେ ତାଙ୍କୁ ଦଳର ନେତା ଭାବେ ବିଧାୟକ ମାନେ ନିର୍ବାଚିତ କରିଛନ୍ତି।

ଶଙ୍ଖଭବନରେ ଅନୁଷ୍ଠିତ ହୋଇଥିଲା ବିଜେଡି ବିଧାୟକ ଦଳ ବୈଠକ । ଯେଉଁଥିରେ ବିରୋଧୀ ଦଳ ମୁଖ୍ୟ ଭାବେ ପୂବତନ ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକଙ୍କ ନାଁରେ ମୋହର ମାରିଛନ୍ତି ବିଧାୟକମାନେ। ଏହା ସହିତ ବିରୋଧୀ ଦଳ ଉପନେତା ଭାବରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ, ବିରୋଧୀ ଦଳ ମୁଖ୍ୟ ସଚେତକ ଭାବରେ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଏବଂ ବିରୋଧୀ ଦଳ ଉପ-ମୁଖ୍ୟ ସଚେତକ ଭାବରେ ଆଳି ବିଧାୟକ ପ୍ରତାପ ଦେବଙ୍କ ନାଁରେ ସମ୍ମତି ପ୍ରକାଶ କରିଛନ୍ତି ବିଜେଡି ବିଧାୟକ ଦଳ ।

ବଡ଼ କଥା ହେଉଛି ଦୀର୍ଘ ଦିନ ଧରି ନିଜେ ସରକାକର ମଙ୍ଗ ଧରିଥିଲେ ନବୀନ ପଟ୍ଟନାୟକ। ଏବେ ସେ ବିରୋଧୀ ଦଳ ଆସନରେ। ଦୀର୍ଘ ବର୍ଷ ହେବ ଶାସନ ଗାଦିରେ ନବୀନ ବସିଥିଲେ। ବିଜେଡି ସରକାର ବିରୋଧରେ ନାରା ଦେଇ ବିଜୟୀ ହୋଇଛି ବିଜେପି। ପିସି କାରବାରଠୁ ଆରମ୍ଭ କରି ଫାଇଭ ଟି ନାଁରେ ଦୁର୍ନୀତି ଆଦି ଅନେକ ପ୍ରସଙ୍ଗ ରହିଛି। ଏବେ ଯେତେବେଳେ ତତ୍କାଳୀନ ବିରୋଧୀ ଶାସକ ଦଳ ଗାଦିରେ ବସିଛି ଏପରି ସ୍ଥିତିରେ ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା ଭାବେ କିଭଳି ଗୃହରେ ଶାସକ ଦଳକୁ ସାମ୍ନା କରିବେ ତାହାକୁ ଅପେକ୍ଷା।

Comments are closed.