Latest Odisha News

ଆପାର୍ଟମେଂଟରୁ ପଡି ପୂର୍ବତନ କ୍ରିକେଟର ଡେଭିଡ ଜନଶନଙ୍କ ପରଲୋକ

ବେଙ୍ଗାଲୁର: ଭାରତର ପୂର୍ବତନ ପେସ ବୋଲର ଡେଭିଡ ଜନଶନ ୪ର୍ଥ ମହଲାରେ ଥିବା ଏକ ଆପାର୍ଟମେଂଟରୁ ପଡି ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା । ଜନଶନ ଭାରତ ପକ୍ଷରୁ ୧୯୯୬ରେ ୨ଟି ଟେଷ୍ଟ ମ୍ୟାଚ ଖେଳି ୩ଟି ୱିକେଟ ନେଇଥିଲେ । ସେ ଆତ୍ମହତ୍ୟା କରିଛନ୍ତି କିମ୍ବା ଛାତରୁ ପଡିଯିବା ଫଳରେ ମୃତ୍ୟୁବରଣ କରିଛନ୍ତି ତାହା ସ୍ପଷ୍ଟ ହୋଇନି । ସେ ୩୯ ପ୍ରଥମ ଶ୍ରେଣୀ କ୍ରିକେଟ ମଧ୍ୟ ଖେଳିଛନ୍ତି । ୧୯୯୫-୯୬ରେ ଜନଶନ ରଣଜୀ ଟ୍ରଫିରେ କେରଳ ବିପକ୍ଷରେ ୧୫୨ ରନ ଦେଇ ୧୦ଟି ୱିକେଟ ନେଇଥିଲେ । ଏହି ପ୍ରଦର୍ଶନ ବଳରେ ତାଙ୍କ ଭାରତୀୟ ଦଳରେ ସ୍ଥାନ ମିଳିଥିଲା ।

ସେ ୧୯୯୬ରେ ଅଷ୍ଟ୍ରେଲିଆ ବିପକ୍ଷରେ ଆନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ଏହା ପରେ ସେ ଟିମ ସହିତ ଦକ୍ଷିଣ ଆଫ୍ରିକା ଗସ୍ତରେ ମଧ୍ୟ ଯାଇଥିଲେ । ବିସିସିଆଇ ସେକ୍ରେଟାରୀ ଜୟ ଶାହ, ଅନୀଲ କୁମ୍ବଲେ ପ୍ରମୂଖ ତାଙ୍କ ମୃତ୍ୟୁ ନେଇ ଶୋକ ବ୍ୟକ୍ତ କରିଛନ୍ତି । ଫିଟନେସ ସମସ୍ୟା ଯୋଗୁ ଜନଶନ ଆନ୍ତର୍ଜାତୀୟ କ୍ରିକେଟରେ ତିଷ୍ଠି ପାରି ନ ଥିଲେ । କର୍ଣ୍ଣାଟକ ପକ୍ଷରୁ ସେ ଦୀର୍ଘ ଦିନ ଧରି ଘରୋଇ କ୍ରିକେଟ ଖେଳିବା ଜାରୀ ରଖିଥିଲେ । ଅବସର ନେବା ପରେ ଜନଶନ କୋଚିଂ ଦେବା ଆରମ୍ଭ କରିଥିଲେ ।

Comments are closed.