Latest Odisha News

BREAKING NEWS

୨୪ ଜିଲ୍ଲାକୁ ଛୁଇଁଲା ମୌସୁମୀ, ଭୁବନେଶ୍ୱରରେ ପ୍ରବଳ ବର୍ଷା

ଭୁବନେଶ୍ବର: ବଦଳିଲା ପାଣିପାଗର ମିଜାଜ । ଅସହ୍ୟ ଗରମ, ଗୁଳୁଗୁଳିରୁ ମିଳିଲା ତ୍ରାହି । ରାଜଧାନୀରେ ପ୍ରବଳ ବର୍ଷା । ମୌସୁମୀ ବର୍ଷାରେ ଭିଜିଲା ରାଜଧାନୀ । ରାଜଧାନୀ ଭୁବନେଶ୍ବରରେ ଆଜି ସକାଳୁ ପାଗ କୋହଲା ରହିଥିବାବେଳେ ଅପରାହ୍ନରେ ପ୍ରବଳ ବର୍ଷା ସାଙ୍ଗକୁ ଘଡଘଡି ଓ ପବନ ହୋଇଛି। ଘଣ୍ଟାପ୍ରତି ୩୦ ରୁ ୪୦ ବେଗରେ ପବନ ବୋହିଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ସୂଚନା ଅନୁସାରେ, ଜୁନ୍ ୨୩ ସୁଦ୍ଧା ସାରା ରାଜ୍ୟରେ ମୌସୁମୀ ପ୍ରବେଶ କରିବା ନେଇ ପୂୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ। ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ୨୪ ଜିଲ୍ଲାକୁ ଅଗ୍ରସର ହୋଇଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ।ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇଛି। ବାକି ୬ ଜିଲ୍ଲା ମୌସୁମୀ ବାୟୁ ଛୁଇଁବାକୁ ପାଗ ଅନୁକୂଳ ରହିଛି । ତେବେ ବାକି ୬ଟି ଜିଲ୍ଲା ମଧ୍ୟରେ ରହିଛି ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ବାଲେଶ୍ୱର, ସୁନ୍ଦରଗଡ଼ ଓ ମୟୂରଭଞ୍ଜ।

Comments are closed.