Latest Odisha News

ବାଣ ଭିଡ଼ୁଥିବା ବେଳେ ଅଘଟଣ ବିସ୍ପୋରଣ ଘଟି ଜଣଙ୍କର ମୃତ୍ୟୁ

ବାରିପଦା: ବାଣ ଭିଡ଼ୁଥିବା ବେଳେ ଘଟିଲା ଅଘଟଣ। ଘରେ ବାଣ ଗଚ୍ଛିତ କରି ରଖିଥିବା ବେଳେ ବିସ୍ଫୋରଣ ଘଟି ଉଡ଼ିଗଲା ଆଜବେଷ୍ଟସ୍ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବୈସିଙ୍ଗା ଥାନା ବଡ଼ଗୋପାଳପୁର ଗାଁରେ ଘଟିଛି ଏହି ବାଣ ବିସ୍ଫୋରଣ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ବାରିପଦା ବୈସିଙ୍ଗା ଥାନା ବଡଗୋପାଳପୁର ଗାଆଁରେ ଥିବା ଜଣେ ବ୍ୟକ୍ତି ଘରେ ବାଣ ରଖି ଭିଡୁଥିବା ବେଳେ ହଠାତ୍ ବିସ୍ଫୋରଣ ଘଟିଥିଲା। ଘଟଣାସ୍ଥଳରେ ବାଣ ଭିଡୁଥିବା ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କ ନାଁ ଖଗେଶ୍ୱର ପଲେଇ। ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ ଆଖପାଖ ଅଞ୍ଚଳ କମ୍ପି ଉଠିଥିଲା। କେହି କିଛି ବୁଝିବା ପୂର୍ବରୁ ଘର ଚାରିପଟେ ଧୂଆଁମୟ ହୋଇଯାଇଥିଲା। ଏନେଇ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦିଆଯାଇଥିଲା। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।

Comments are closed.