Latest Odisha News

BREAKING NEWS

ପରିସ୍ରା କରିବାକୁ ଆସି ଗଲା ଜୀବନ, ବୃଦ୍ଧାଙ୍କୁ ଦଳିଦେଲେ ହାତୀପଲ

ବାଲେଶ୍ୱର: ପୁଣି ବାଲେଶ୍ୱର ଜିଲ୍ଲା ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ବିଳମ୍ବିତ ରାତିରେ ବୃଦ୍ଧାଙ୍କୁ ଦଳିଦେଲେ ହାତୀପଲ। ପରିସ୍ରା କରିବାକୁ ବାଡ଼ି ପଛକୁ ଯାଇଥିଲେ ବୃଦ୍ଧା। ହେଲେ ବୃଦ୍ଧାଙ୍କୁ ଶୁଣ୍ଢରେ କଚାଡ଼ି ମାରିଲା କୁଳଡିହା ହାତୀ। ନୀଳଗିରି ଥାନା ଅଧୀନ ସନ୍ତରଗଡିଆ ପଞ୍ଚାୟତ ଶ୍ରୀଦେଇପୁର ଗ୍ରାମରେ ଘଟିଛି ଏଭଳି ଘଟଣା।

ମୃତକ ଜଣକ ଶ୍ରୀଦେଇପୁର ଗ୍ରାମର ପୁର୍ଣ୍ଣଚନ୍ଦ୍ର ଦେହୁରୀଙ୍କ ସ୍ତ୍ରୀ ପୁଣ୍ଟି ଦେହୁରୀ ବୋଲି ଜଣାପଡିଛି। ସୂଚନା ଅନୁସାରେ ଆଜି ଭୋର ସମୟରେ ପୁଣ୍ଟି ବାଡ଼ି ପଛକୁ ପରିସ୍ରା ଯାଇଥିଲେ। ଏହି ସମୟରେ ସେ ହାତୀ ପଲ ହାବୁଡ଼ରେ ପଡ଼ି ଯାଇଥିଲେ। ପୁଣ୍ଟିକୁ ହତୀପଲ ଶୁଣ୍ଢରେ କଚାଡ଼ି ଦଳି ଦେଇଥିଲେ। ସେହି ସମୟରେ ପୁଣ୍ଟି ଚିତ୍କାର କରିଥିଲେ।

ତାଙ୍କ ଚିତ୍କାର ଶୁଣି ପରିବାର ଲୋକେ ଦୌଡ଼ି ଆସିଥିଲେ। ହାତୀ ପଲଙ୍କୁ ଘଉଡାଇବା ସହ ବୃଦ୍ଧାଙ୍କୁ ଗୁରୁତର ଅବସ୍ଥାରେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଣ୍ଟିଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

Comments are closed.