Latest Odisha News

BREAKING NEWS

ମଣିପାଲ ହସ୍ପିଟାଲରେ ସାତ ଦିନ ଶିଶୁର ବିରଳ ହୃଦ୍ ରୋଗର ସଫଳ ଚିକିତ୍ସା

ଭୁବନେଶ୍ୱର: ମଣିପାଲ୍ ହସ୍ପିଟାଲ୍‌ରେ ସାତ ଦିନର ଶିଶୁର ଏକ ବିରଳ ଓ ଜଟିଳ ହୃଦରୋଗ ଜନିତ ଚିକିତ୍ସା ସଫଳତାର ସହ ସମ୍ପନ୍ନ ହୋଇଛି । ମଣିପାଲ୍ ହସ୍ପିଟାଲରେ ବିରଳ ହାଇପୋପ୍ଲାଷ୍ଟିକ୍ ରାଇଟ୍ ହାର୍ଟ ସିଣ୍ଡ୍ରୋମ (HRHS)ର ପୀଡ଼ିତ ସାତ ଦିନର ଶିଶୁର ସଫଳତାର ସହିତ ଚିକିତ୍ସା କରିଛି। ଯାହା ଏକ ବିରଳ ଜନ୍ମଗତ ଅବସ୍ଥା, ଯାହା ହୃଦୟ ଏବଂ ଫୁସଫୁସ ରକ୍ତ ପ୍ରବାହକୁ ପ୍ରଭାବିତ କରିଥାଏ। ଏହି ରୋଗର ଲକ୍ଷଣ ଅନୁଯାୟୀ ୨.୫ କେଜିର ଏହି ଶିଶୁଟିର ଶରୀରରେ ୬୫% ଅମ୍ଳଜାନ ସ୍ତର ଏବଂ ଏସିଡୋସିସ୍‌ରେ ପହଞ୍ଚି ଗୁରୁତର ହୋଇଥିଲା ।

ମଣିପାଲ୍ ହସ୍ପିଟାଲ୍‌ରେ କାର୍ଡିଓଲୋଜି ବିଭାଗର ପରାମର୍ଶଦାତା ଡା. ଦିବ୍ୟ ରଞ୍ଜନ ବେହେରାଙ୍କ ନେତୃତ୍ୱରେ ଦୁଇଟି ସର୍ଜିକାଲ୍ ଟିମ୍ ଶିଶୁଟିର ଚିକିତ୍ସାରେ ନିୟୋଜିତ ହୋଇଥିଲେ । ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟାରେ ଏହି ବିରଳ ଚିକିତ୍ସା ସମ୍ପାଦିତ ହୋଇଥିଲା । ଶିଶୁଟିର ହୃତପିଣ୍ଡରେ ଉନ୍ନତି ଆଣିବା ନିମନ୍ତେ ବେଲୁନ୍ ପ୍ଲୁମୋନାରୀ ଭାଲଭୋଟୋମି ଏବଂ PDA ଷ୍ଟେନଣ୍ଟିଂ କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ନବଜାତ ଶିଶୁର ଅମ୍ଳଜାନ ସାଚୁରେସନ ବା ଗ୍ରହଣ ୯୫%କୁ ବୃଦ୍ଧି ପାଇଲା ଏବଂ ପରେ ପରେ ଆବଶ୍ୟକୀୟ ଅବସ୍ଥା ଅନୁଯାୟୀ ନବଜାତକ ଶିଶୁଟିର ଓଜନ ବୃଦ୍ଧି ସହିତ ଦୁଇ ମାସ ପରେ ୯୮% କୁ ଆହୁରି ବିକଶିତ ହେଲା।

ଡକ୍ଟର ଦିବ୍ୟ ରଞ୍ଜନ ବେହେରା ସ୍ପଷ୍ଟ କରିଛନ୍ତି ଯେ “HRHS ଏକ ବିରଳ ଅବସ୍ଥା। ଠିକ୍ ସମୟରେ ଏହିପରି ଜଣେ ନବଜାତକ ରୋଗୀଙ୍କୁ ସଫଳତାର ସହ ଚିକିତ୍ସା କରିବା ଓଡ଼ିଶାରେ ଏହାର ପ୍ରଥମ ଘଟଣା ହୋଇପାରେ।” ଏହି ଚିକିତ୍ସାରେ ଟିମ୍‌ରେ କ୍ୟାଥ ଲ୍ୟାବ, କାର୍ଡିଓଲୋଜି ଟିମ୍ ଏବଂ ଡକ୍ଟର ଅଭିଲିପ୍ସା ଆଚାର୍ଯ୍ୟଙ୍କ ନେତୃତ୍ୱରେ ନିଓନୋଟୋଲୋଜି ଟିମ୍, ଡ଼ା ଜାନକୀ, ଏନଆଇସିୟୁ କର୍ମଚାରୀ ଏବଂ କାର୍ଡିଆକ୍ ଆନାସ୍ଥେସିଓଲୋଜିଷ୍ଟ ଡ଼ା. ବିବେକ ଚୌଧରୀ ଏବଂ ଡା. ବ୍ରଜ ମୋହନ ରଥ ଚିକିତ୍ସାଭାର ସମ୍ଭାଳିଥିଲେ।

Comments are closed.