Latest Odisha News

ଲକ୍ଷ୍ମୀ ବସ ସେବାର ଭବିଷ୍ଯତ କ’ଣ? ବିଭାଗୀୟ ମନ୍ତ୍ରୀ ଦେଲେ ଜବାବ

ଭୁବନେଶ୍ୱର: ପକେଟକୁ ସୁହାଇଲା ଭଳି ଭଡା ଦେଇ ଜଣେ ଗାଁରୁ ଆସିପାରିବ ସହର। ନବୀନ ସରକାର ନିର୍ବାଚନର କେଇ ମାସ ପୂର୍ବରୁ ଏପରି ଏକ ଯୋଜନା ଘୋଷଣା କରିଥିଲେ। ଲକ୍ଷ୍ମୀ ଯୋଜନା ନାଁରେ ପରିଚିତ ଏହି ଯୋଜନାର ଭବିଷ୍ୟତକୁ ନେଇ ଏବେ ଚର୍ଚ୍ଚା।

ଲକ୍ଷ୍ମୀ ଯୋଜନା ଯେଉଁ ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିଲା ତାହା ପୂରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ରାଜ୍ୟର ବିଭିନ୍ନ ସ୍ଥାନରେ କୋଟି କୋଟି ଟଙ୍କାର ଏହି ବସରେ ଧୂଳି ଜମା ହୋଇ କ୍ଷତିଗ୍ରସ୍ତ ହେଉଥିବାରୁ ଯୋଜନାର ନିରନ୍ତରତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପରିସ୍ଥିତି ଆହୁରି ଖରାପ ହେବା ସହ ସେହି ବସୁ ଗୁଡ଼ିକର ପରିଚାଳନା ଓ ରକ୍ଷଣାବେକ୍ଷଣ ଅଭାବରୁ ଧୀରେ ଧୀରେ କ୍ଷତିଗ୍ରସ୍ତ ହେବାରେ ଲାଗିଛି। ଏଭଳି ସ୍ଥିତିକୁ ନେଇ ରାଜ୍ୟର ବିଭିନ୍ନ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଏହି ଯୋଜନାର କୌଣସି ଉପଯୋଗୀତା ନାହିଁ ବୋଲି ଅନେକ ବାସିନ୍ଦା ଅନୁଭବ କରୁଥିବାରୁ ବିଜେଡି ସରକାର ମଧ୍ୟ ଏହି ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବାରୁ ସମାଲୋଚନାର ଶିକାର ହୋଇଥିଲେ।

ଏଭଳି ପରିସ୍ଥିତିରେ ଯୋଜନାର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାର ଜବାବରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏକ ନୂଆ ଯୋଜନାରେ ଏହି ସେବା ଜାରି ରହିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି ଯୋଜନା ଜାରି ରହିବ। ମୁଖ୍ୟମନ୍ତ୍ରୀଙ୍କ ନୂଆ ଯୋଜନାରେ ଓଡ଼ିଶାରୁ ଭାରତର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଆହୁରି ଅଧିକ ବସ୍ ଚଳାଚଳ କରିବ ବୋଲି ବିଭୂତି ଜେନା କହିଛନ୍ତି।

Leave A Reply

Your email address will not be published.