Latest Odisha News

ଭାରତୀୟ ମହିଳା ହକି ଦଳକୁ ମିଳିଲା ଟୋକିଓ ଅଲିମ୍ପିକ୍ସ ଟିକଟ; ଉନ୍ନତ ଗୋଲ ବ୍ୟବଧାନରେ ଯୋଗ୍ୟତା ଅର୍ଜନ

ଭୁବନେଶ୍ୱର: ଏଫଆଇଏଚ ଅଲିମ୍ପିକ୍ସ କ୍ୱାଲିଫାୟାର୍ସ ହକି ମ୍ୟାଚରେ ଆଜି ଭାରତୀୟ ମହିଳା ହକି ଦଳ ଆମେରିକା ଟିମଠୁ ୧-୪ ଗୋଲ ବ୍ୟବଧାନରେ ପରାଜୟ ବରଣ କରି ମଧ୍ୟ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିପାରିଛି ।

କଳିଙ୍ଗ ଷ୍ଟାଡ଼ିୟମରେ ଗତକାଲି ଖେଳାଯାଇଥିବା ଆମେରିକା ବିପକ୍ଷ ମ୍ୟାଚରେ ଭାରତ ୫-୧ ବ୍ୟବଧାନରେ ବିଜୟ ହାସଲ କରିଥିଲା ।

ଆଜି ଆମେରିକା ଦଳ ସୁନ୍ଦର ଖେଳ ପ୍ରଦର୍ଶନ କରି ୪-୧ ବ୍ୟବଧାନରେ ଭାରତକୁ ପରାସ୍ତ କରିଥିଲେ ମଧ୍ୟ ଉନ୍ନତ ଗୋଲ ବ୍ୟବଧାନରେ ଭାରତକୁ ମିଳିଛି ଟୋକିଓ ଅଲିମ୍ପିକ୍ସ ଟିକଟ ।

Leave A Reply

Your email address will not be published.