Latest Odisha News

BREAKING NEWS

ପ୍ରକାଶିତ ହେଲା ୧୯୫୭-୨୦୧୦ ମ୍ୟାଟ୍ରିକ ଟପ୍ପର୍ ତାଲିକା

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ପକ୍ଷରୁ ୧୯୫୭ ବ୍ୟାଚରୁ ଆରମ୍ଭ କରି ୨୦୧୦ ପର୍ଯ୍ୟନ୍ତ ମ୍ୟାଟ୍ରିକ ପରୀକ୍ଷାରେ ଟପ୍ପର୍ ହୋଇଥିବା ଶିକ୍ଷାର୍ଥୀଙ୍କ ଏକ ତାଲିକା ପ୍ରକାଶିତ ହୋଇଛି ।

ଏହି ତାଲିକାରେ ୫୫ ଜଣ ଟପ୍ପରଙ୍କ ନାମ ରହିଛି । ସମୁଦାୟ ୬୪ ଜଣ ଟପ୍ପର ରହିଛନ୍ତି ଏବଂ ୨୦୧୯ ମସିହା ଟପ୍ପରଙ୍କ ନାମ ଯେଉଁଥିରେ କି ଅନ୍ତର୍ଭୃକ୍ତ ଅଛି ।

୧୯୫୩ ମସିହା ଓଡ଼ିଶା ମାଧ୍ୟମିକ ଶିକ୍ଷା ଆକ୍ଟ ଅନୁସାରେ ବୋର୍ଡ଼ ୧୯୫୩ ମସିହାରେ ସ୍ଥାପିତ ହୋଇଥିଲା । ସହଦେବ ସାହୁ ପ୍ରଥମ ଟପ୍ପର ଥିଲେ । ୧୯୪୧ ମସିହାରେ ଜନ୍ମିତ ଶ୍ରୀ ସାହୁ ପୁରୁଷୋତ୍ତମପୁର ହାଇସ୍କୁଲରେ ଅଧ୍ୟୟନ କରୁଥିଲେ । ୧୯୫୭ ମସିହା ହାଇସ୍କୁଲ ବାର୍ଷିକ ମ୍ୟାଟ୍ରିକ ପରୀକ୍ଷାରେ ସେ ୫୭୬ ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରିଥିଲେ ।

ଏହି ତାଲିକାରେ ଟପ୍ପରଙ୍କ ନାମ ସହିତ କେଉଁ ବର୍ଷ ପାଶ୍ କଲେ, ରୋଲ୍ ନଂ, ପିତା ଓ ମାତାଙ୍କ ନାମ ତଥା ମାର୍କସିଟ୍ ସହିତ ଜନ୍ମତାରିଖ ଏଥିରେ ଉଲ୍ଲେଖ ରହିିଛି ।

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ପକ୍ଷରୁ www.bseodisha.nic.in ୱେବସାଇଟରେ ଏହି ଟପ୍ପର୍ ତାଲିକା ପ୍ରକାଶିତ ହୋଇଛି ।

Comments are closed.