Latest Odisha News

ବନ୍ଦ ହେବ ସ୍ୱଦେଶୀ ଆପ୍ ‘କୁ’

ନୂଆଦିଲ୍ଲୀ: ଏଲନ ମସ୍କଙ୍କ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଏକ୍ସକୁ (ପୁରୁଣା ନାମ ଟୁଇଟର୍‌) ଟକ୍କର ଦେବାକୁ ଭାରତର ହୋମଗ୍ରାଉଣ୍ଡ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ‘କୁ’(KOO) ଆରମ୍ଭ ହୋଇଥିଲା। ସେତେବେଳେ ଏହି ଦେଶୀ ଟୁଇଟରର ଲୋକପ୍ରିୟତା ଭାରତରେ ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା । କିନ୍ତୁ ବର୍ତ୍ତମାନ ଏହି ପ୍ଲାଟଫର୍ମ ବନ୍ଦ ହେବାକୁ ଯାଉଛି । କମ୍ପାନୀର ପ୍ରତିଷ୍ଠାତା ନିଜେ ଏହା ଘୋଷଣା କରି କହିଛନ୍ତି, ପାର୍ଟନରଶିପ୍‌ କଥାବାର୍ତ୍ତା ବିଫଳତା ଏବଂ ଟେକ୍ନୋଲୋଜି ମୂଲ୍ୟରେ ବିପୁଳ ଖର୍ଚ୍ଚ ହେତୁ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ବନ୍ଦ ହେବାକୁ ଯାଉଛି।

ଅପ୍ରେମୟା ରାଧାକ୍ରିଷ୍ଣନ୍ ଏବଂ ମୟଙ୍କ ପାର୍ଟନରଶିପରେ ମାର୍ଚ୍ଚ ୨୦୨୦ରେ ଆରମ୍ଭ ହୋଇଥିଲା କୁ । ଯେତେବେଳେ ଦିଲ୍ଲୀ ସୀମାରେ ଥିବା ତିନୋଟି କୃଷି ଆଇନ ବିରୁଦ୍ଧରେ କୃଷକଙ୍କ ବିରୋଧ ଚାଲିଥିଲା ସେତେବେଳେ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ବିରୋଧର ଭିଡିଓ ହଟାଇବା ନେଇ ଭାରତ ସରକାର ଏବଂ ଏକ୍ସ (ପୂର୍ବରୁ ଟ୍ୱିଟର) ମଧ୍ୟରେ ବିବାଦ ଦେଖାଦେଇଥିଲା । ସେତେବେଳେ ଲାଇମ୍ ଲାଇଟକୁ ଆସିଥିଲା ଏହି ପ୍ଲାଟଫର୍ମ । ଏପରିକି ସରକାରଙ୍କ ପ୍ରେସ ବିଜ୍ଞପ୍ତି ‘ଏକ୍ସ’ ପରିବର୍ତ୍ତେ ‘କୁ’ ରେ ଆସୁଥିଲା। ଲଞ୍ଚ ହେବାର ୪୮ ଘଣ୍ଟା ମଧ୍ୟରେ ୧ ମିଲିୟନରୁ ଅଧିକ ଡାଉନଲୋଡ ରେକର୍ଡ କରିଥିଲା ।

ତେବେ ପରିସ୍ଥିତିରେ ପଡି ବନ୍ଦ କରାଯାଇଛି ହେଲେ ଉଦ୍ୟୋଗପତି ହିସାବରେ ଖୁବ୍ ଶୀଘ୍ର ମାର୍କେଟକୁ ନୂଆ ରୂପରେ ଫେରିବେ ବୋଲି ସଂକେତ ଦେଇଛନ୍ତି ‘କୁ’ ଆପ୍ ପ୍ରତିଷ୍ଠାତା ।

 

Comments are closed.