Latest Odisha News

ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କ ବିୟୋଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ବିଶିଷ୍ଟ ଜନ ନେତା ସୁରେନ୍ଦ୍ରନାଥ ନାୟକଙ୍କ ବିୟୋଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ନବୀନ କହିଛନ୍ତି ଯେ ସ୍ବର୍ଗତ ନାୟକ ବିଜୁ ବାବୁଙ୍କର ଘନିଷ୍ଠ ସହଯୋଗୀ ଥିଲେ। ଲୋକପ୍ରିୟ ଜନ ନେତା, ଦକ୍ଷ ପ୍ରଶାସକ ଓ ସଂଗଠକ ସହିତ ସାଧାରଣ ଜୀବନରେ ସ୍ୱଚ୍ଛତା ଓ ସାଧୁତା ପାଇଁ ସେ ସ୍ମରଣୀୟ ହୋଇ ରହିବେ।

ଜଣେ ମନ୍ତ୍ରୀ ଓ ବିଧାୟକ ଭାବେ ତାଙ୍କର ଉଚ୍ଚ କୋଟିର ପ୍ରଦର୍ଶନ ପାଇଁ ଓଡିଶା ରାଜନୀତିରେ ସୁରେନ୍ଦ୍ର ବାବୁ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ। ତାଙ୍କର ପରଲୋକ ରାଜ୍ୟ ପାଇଁ ଓ ବିଜୁ ଜନତା ଦଳ ପାଇଁ ଏକ ବଡ କ୍ଷତି ବୋଲି ନବୀନ ପଟ୍ଟନାୟକ କହିଛନ୍ତି। ପରଲୋକ ଗତ ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସଂତପ୍ତ ପରିବାର ବର୍ଗଙ୍କୁ ନବାନ ପଟ୍ଟନାୟକ ଗଭୀର ସମବେଦନା ଜଣାଇଛନ୍ତି।

ଶୁକ୍ରବାର ୯୩ ବର୍ଷ ବୟସରେ ଭୁବନେଶ୍ବର ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘଦିନରୁ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ ସୁରେନ୍ଦ୍ର। କାକଟପୁରରୁ ସେ ୭ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏଥିସହ ସେ କୃଷି, ରାଜସ୍ୱ ଓ ଶିକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟଭାର ତୁଲାଇଥିଲେ। ବିଜେଡି ସରକାର ଥିବା ସମୟରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରିଥିଲେ। ୧୯୭୭ ମସିହାରେ ଶ୍ରୀ ନାୟକ ଥିଲେ ବିଧାନସଭାର ଉପବାଚସ୍ପତି।

Comments are closed.