Latest Odisha News

ଜିମ୍ବାୱେ ବିପକ୍ଷ ପ୍ରଥମ ଟି୨୦ରେ ବିଶ୍ୱ ରେକର୍ଡ କଲେ ଖଲୀଲ

ହରାରେ: ଜିମ୍ବାୱେ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ ଅବସରରେ ଭାରତର ବାମହାତୀ ପେସ ବୋଲର ଖଲୀଲ ଅହମ୍ମଦ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୧୧୬ ରନର ବିଜୟ ଲକ୍ଷ୍ୟ ଭାରତ ସମ୍ମୁଖରେ ରଖିଛି । ଭାରତ ପକ୍ଷରୁ ରବି ବିଶ୍ନୋଇ ସର୍ବାଧିକ ୪ଟି ୱିକେଟ ନେଇଛନ୍ତି । ୨୬ ବର୍ଷୀୟ ଖଲୀଲ ସବୁଠାରୁ ଅଧିକ ମ୍ୟାଚ ବ୍ୟବଧାନରେ ଖେଳିବାରେ ଏହି ରେକର୍ଡ କରିଛନ୍ତି । ୨୦୧୯ରେ ଖଲୀଲ ଭାରତ ପକ୍ଷରୁ ବାଂଲାଦେଶ ବିପକ୍ଷରେ ଶେଷ ଥର ପାଇଁ ମ୍ୟାଚ ଖେଳିଥିଲେ । ୧୦୪ ମ୍ୟାଚ ବ୍ୟବଧାନ ପରେ ସେ ପୂନର୍ବାର ଭାରତ ପକ୍ଷରୁ ଖେଳିବା ସୁଯୋଗ ପାଇଛନ୍ତି । ୨୦୧୮ରେ ସେ ଆନ୍ତର୍ଜାତୀୟ ଟି୨୦ରେ ପଦାର୍ପଣ କରିଥିଲେ । ୧୪ ମ୍ୟାଚରେ ୧୩ ୱିକେଟ ନେବା ପରେ ତାଙ୍କୁ ଟିମରୁ ବାଦ ଦିଆଯାଇଥିଲା ।

ସେ ୱେଷ୍ଟଇଣ୍ଡିଜର ଇଭାନ ଥମାସଙ୍କୁ ପଛରେ ପକାଇ ଦେଇଛନ୍ତି । ଥମାସ ୧୦୨ ମ୍ୟାଚ ପରେ ପୂନର୍ବାର ସୁଯୋଗ ପାଇଥିଲେ । ସେହିପରି ବାଂଲାଦେଶର ରୋନୀ ତାଲୁକଦାର (୧୦୦), ନ୍ୟୁଜିଲାଣ୍ଡର ମ୍ୟାଟ୍ଟ ହେନେରୀ (୯୩) ପାକିସ୍ତାନର ସାହିବାଜାଦା ଫରହାନ ୯୨ ମ୍ୟାଚ ପରେ ପୂନର୍ବାର ଜାତୀୟ ଦଳ ପକ୍ଷରୁ ଖେଳିଥିଲେ । ଖଲୀଲ ଜିମ୍ବାୱେ ବିପକ୍ଷ ପ୍ରଥମ ଟି୨୦ରେ ୩ ଓଭରରେ ୨୮ ରନ ଦେଇ କୌଣସି ୱିକେଟ ଅକ୍ତିଆର କରିପାରି ନାହାନ୍ତି ।

Comments are closed.