Latest Odisha News

BREAKING NEWS

ରଥଯାତ୍ରାରେ ଅଘଟଣ ପରେ ପୁରୀ ସର୍କିଟ୍ ହାଉସରେ ମୁଖ୍ୟମନ୍ତ୍ରୀଙ୍କ ବୈଠକ

ପୁରୀ: ରଥ ଟାଣିବା ବେଳେ ଅଘଟଣ ପରେ ସକ୍ରିୟ ହୋଇଛନ୍ତି ସରକାର। ଆସନ୍ତାକାଲି ମଧ୍ୟ ରଥଟଣା ହେବ। ଛୁଟି ଥିବାରୁ ଭକ୍ତଙ୍କ ଗହଳି ଜମିବାର ସମ୍ଭାବନା ରହିଛି। ଏପରି ସ୍ଥିତିରେ ଅପ୍ରିତିକର ପରିସ୍ଥିତି ଏବଂ ରଥଟାଣିବା ବେଳେ କିଭଳି ସ୍ୱାସ୍ଥ୍ୟସେବା ଶୀଘ୍ର ଯୋଗାଇ ହେବ ତାକୁ ନେଇ ବୈଠକ ହୋଇଛି। ପୁରୀ ସର୍କିଟ ହାଉସରେ ଏହି ବୈଠକ ବସିଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମେତ ସ୍ୱାସ୍ଥ୍ୟ ସଚିବ, ଜିଲ୍ଲାପାଳ, ପୋଲିସ ଅଧିକାରୀଙ୍କ ସହିତ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଅଛନ୍ତି।

ଉଲ୍ଲେଖଯୋଗ୍ୟ, ଭଗବାନ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟାଣିବା ବେଳେ ଜଣେ ଭକ୍ତଙ୍କ ମୃତ୍ୟୁ ଘଟିଛି। ଆହତ ହେବା ପରେ ତାଙ୍କୁ ତୁରନ୍ତ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନନ୍ଦିଘୋଷ ରଥ ଟାଣିବା ବେଳେ ଠେଲାପେଲାରୁ ଅନେକ ଆହତ ହୋଇଥିବା ଜଣାପଡିଛି। ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ମୃତକ ଜଣକ ଜଣେ ଅଣଓଡ଼ିଆ ହୋଇଥିବା ବେଳେ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ଘଟିଛି। ତେବେ ଭକ୍ତଙ୍କ ପରିଚୟ ମିଳିପାରିନାହିଁ।

Comments are closed.