Latest Odisha News

ପୁରୀ ବେଳାଭୂମିରେ ପ୍ରାତଃଭ୍ରମଣ କଲେ ରାଷ୍ଟ୍ରପତି, ଆଖପାଖରେ ସୁରକ୍ଷା ବ୍ୟବସ୍ଥା

ପୁରୀ: ଗତକାଲି ରଥଟଣା ଦେଖିବାକୁ ଜଗନ୍ନାଥ ଧାମରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତାଙ୍କ ସାଙ୍ଗରେ ଥିଲେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଷ୍ଟ୍ରପତି ରଥଯାତ୍ରା ଦେଖିବାକୁ ଆସି ପୁରୀ ରାଜଭବନରେ ରହିଥିଲେ। ଆଜି ସକାଳୁ ସୁମଦ୍ର କୂଳରେ ସେ ପ୍ରାତଃ ଭମଣ କରୁଥିବାର ଦେଖିବାକୁ ମିଳିଛି।

ପୁରୀ ବେଳାଭୂମିରେ ପ୍ରାତଃଭ୍ରମଣ କରିବା ବେଳେ ତାଙ୍କ ସାଙ୍ଗରେ ଥିଲେ ସୁରକ୍ଷାକର୍ମୀ। ରାଷ୍ଟ୍ରପତିଙ୍କ ମର୍ଣ୍ଣିଂୱାକ୍ ଯୋଗୁଁ ସମୁଦ୍ର କୂଳରେ ସୁରକ୍ଷା ବ୍ୟବସ୍ଥା ଲାଗୁ ହୋଇଥିଲା। ରାଷ୍ଟ୍ରପତିଙ୍କ ପ୍ରାତଃ ଭ୍ରମଣ ସମୟରେ କୌଣସି ପର୍ଯ୍ୟଟକଙ୍କୁ ସମୁଦ୍ର କୂଳକୁ ଯିବାକୁ ଅନୁମତି ନଥିଲା। ତେବେ ମହାମହିମଙ୍କୁ ଦେଖିବାକୁ ଦୂରରେ ଅପେକ୍ଷା କରିଥିଲେ ଅନେକ ଲୋକ।

ସୂଚନା ଥାଉକି ଚାରି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୬ ତାରିଖ ସଂଧ୍ୟାରେ ଆସିଛନ୍ତି ଏବଂ ୯ ତାରିଖ ପର୍ଯ୍ୟନ୍ତ ରହିବେ ରାଷ୍ଟ୍ରପତି। ଗତକାଲି ଅର୍ଥାତ ୭ ତାରିଖରେ ପୁରୀ ରଥଯାତ୍ରାରେ ଅଂଶଗ୍ରହଣ କରିଛନ୍ତି ରାଷ୍ଟ୍ରପତି। ସେହିପରି ଆଜି ଅର୍ଥାତ୍ ୮ ତାରିଖରେ ଖଣ୍ଡଗିରି, ଉଦୟଗିରି ପରିଦର୍ଶନ କରିବେ ରାଷ୍ଟ୍ରପତି। ଭୁବନେଶ୍ୱରରେ ପହଞ୍ଚିବା ପରେ ସଂଧ୍ୟାରେ ରାଷ୍ଟ୍ରପତି ଉତ୍କଳମଣିଙ୍କ ୯୬ତମ ଶ୍ରାଦ୍ଧବାର୍ଷିକୀରେ ଯୋଗଦେବେ। ୮ ତାରିଖ ଅପରାହ୍ନରେ ଡିଭାଇନ୍‌ ରିଟ୍ରିଟ୍‌ ସେଣ୍ଟର ଉଦ୍‌ଘାଟନ କରିବେ। ସେହିଦିନ ଅପରାହ୍ନରେ ରାଷ୍ଟ୍ରପତି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।

Comments are closed.